ଆସୁଛି ମହଙ୍ଗା ଯୁଗ: ତେଲଦର ବୃଦ୍ଧି, ଟଙ୍କା ମୂଲ୍ୟ ହ୍ରାସ ଫଳରେ କେଉଁ କେଉଁ ସାମଗ୍ରୀ ମହଙ୍ଗା ହେବ ଜାଣନ୍ତୁ

ଭୁବନେଶ୍ୱର: ଗତ କିଛି ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ପ୍ରାୟ ପ୍ରତି ଦିନ ନୂଆ ନୂଆ ଉଚ୍ଚତାକୁ ଛୁଉଁଛି ତେଲଦର । ଏହା ଦ୍ୱାରା ସାଧାରଣ ଖାଉଟିଙ୍କ ବଜେଟ ଗୋଳମାଳ ହୋଇଯାଇଛି । କିନ୍ତୁ ତେଲଦର ବଢିବା ଯୋଗୁଁ କେବଳ ଯେ ଆପଣଙ୍କ ପେଟ୍ରୋଲ ଖର୍ଚ୍ଚ ବଢିଯିବ ତା ନୁହେଁ । ଆହୁରି ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହେବାକୁ ଯାଉଛି । ସେଗୁଡ଼ିକ ମଧ୍ୟରେ ରହିଛି ପନିପରିବା ଓ ଖାଦ୍ୟସାମଗ୍ରୀ, ଏଫଏମସିଜି ( କସମେଟିକ୍ସ, ପାକେଟ ଖାଦ୍ୟ ଓ ଅନ୍ୟାନ୍ୟ ନିତିଦିନିଆ ସାମଗ୍ରୀ) ଇତ୍ୟାଦି । ପରିବହନ ଖର୍ଚ୍ଚ ବଢିବା କାରଣରୁ ପନିପରିବା ଓ ଖାଦ୍ୟସାମଗ୍ରୀ ମହଙ୍ଗା ହେବ । ହିନ୍ଦୁସ୍ତାନ ଲିଭର ଗତ ମାସରେ ନିଜର ବିଭିନ୍ନ ସାମଗ୍ରୀର ଦର ୫-୭ ପ୍ରତିଶତ ପର୍ଯ୍ୟନ୍ତ ବଢାଇଥିଲା । ସେହିପରି ବ୍ରିଟାନିଆ ଓ ଅମୂଲ ମଧ୍ୟ ନିଜ ସାମଗ୍ରୀର ଦରବଢାଇବା ଲାଗି ଯୋଜନା କରୁଛନ୍ତି । କେବଳ ଏତିକି ନୁହେଁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା କାରଣରୁ ଟିଭି, ଫ୍ରିଜ, ଓ୍ଵାସିଂମେସିନ ଆଦି ହୋମଆପ୍ଲାଏନସେସ ଦର ମଧ୍ୟ ମହଙ୍ଗା ହେବ । ମୋବାଇଲ ଫୋନ ଦର ବଢାଇବାକୁ ପୂର୍ବରୁ ସାଓମୀ ଘୋଷଣା କରିସାରିଛି ।

ସମ୍ବନ୍ଧିତ ଖବର