ନୂଆଦିଲ୍ଲୀ: କିଛି ଦିନ ପରେ ଦେଶର ୧୮ ତମ ଲୋକସଭା ପାଇଁ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଜୋରଦାର୍ ପ୍ରଚାର କରାଯାଉଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କେତେକ ସ୍ବର୍ଗତଃ ନେତାଙ୍କୁ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଯିବ। ଏଆଇ ଜ୍ଞାନକୌଶଳ ଦ୍ବାରା ଲୋକପ୍ରିୟ ସ୍ବର୍ଗତଃ ନେତାଙ୍କ କଥାକୁହା ପ୍ରତିମୂର୍ତ୍ତି ବିକଶିତ କରାଯାଇ ପ୍ରଚାର କରାଯିବ। ସେସବୁ ନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଅରୁଣ ଜେଟଲୀ, ସୁଷମା ସ୍ବରାଜ, କଲ୍ୟାଣ ସିଂଙ୍କ ଏଆଇ ଅବତାର ବିଜେପିର ସଫଳତା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବେ। କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏଆଇ ଅବତାରଙ୍କୁ ନିୟୋଜିତ କରାଯିବ। ସେମାନେ ଭୋଟରଙ୍କୁ କଂଗ୍ରେସର କାର୍ଯ୍ୟ ଏବଂ ସଫଳତା ସମ୍ପର୍କରେ ବଖାଣିବେ।
ପ୍ରଚାର ପାଇଁ ଜୀବନ୍ତ କରାଯାଉଥିବା ସ୍ବର୍ଗତଃ ନେତାଙ୍କ କଣ୍ଠସ୍ବର ମଧ୍ୟ ସମ୍ପୃକ୍ତ ନେତାଙ୍କ କଣ୍ଠସ୍ବର ଭଳି ହେବ। ଏହାକୁ ଏଆଇ ଜ୍ଞାନକୌଶଳ ଦ୍ବାରା କରାଯିବ। ନେତାଙ୍କ ଏଆଇ ଅବତାର ଭୋଟରଙ୍କ ସହିତ କଥାହେବେ। ଫଳରେ ଚଳିତ ନିର୍ବାଚନ ଏଆଇ ଆଧାରିତ ହେବାକୁ ଯାଉଛି। ତେବେ ଏନେଇ କେତେକ ଆହ୍ବାନ ରହିଛି। ମାତ୍ର ଏହା ଭୋଟରଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚିନ୍ତା କରାଯାଉଛି। ଦେଶର ଦକ୍ଷିଣ ରାଜ୍ୟରେ ଲୋକପ୍ରିୟ ନେତାଙ୍କ ଏଆଇ ଅବତର ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/WhatsApp-Image-2024-03-21-at-7.17.41-PM.jpeg)