ବହୁ ମୁସଲମାନ ମଧ୍ୟ ଗୋପାଳନ ଓ ଗୋସୁରକ୍ଷା କରୁଛନ୍ତି- ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ: ବଜରଙ୍ଗ ଦଳ ପରି ବହୁ ମୁସଲମାନ ମଧ୍ୟ ଗୋସୁରକ୍ଷା ପାଇଁ ପ୍ରାଣବଳୀ ଦେଇଛନ୍ତି ବୋଲି  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ( ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଶ୍ରୀ ଭାଗବତ କହିଥିଲେ ଯେ  ଗୋପାଳନ କେବଳ ଏକ ଧାର୍ମିକ ପ୍ରସଙ୍ଗ ନୁହେଁ। ଏପରି ବହୁ  ମୁସଲମାନ ଅଛନ୍ତି, ଯେଉଁମାନେ ଗୋପାଳନ ସହିତ ଗୋସୁରକ୍ଷା ମଧ୍ୟ କରୁଛନ୍ତି।  କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଗୋପାଳନ  ଏକ ଆବଶ୍ୟକତା। ସେହିପରି ଗୋସୁରକ୍ଷା ଓ ଗୋପାଳନ ସମ୍ବନ୍ଧିତ କୃଷି ପାଇଁ ଆମ ସମ୍ବିଧାନରେ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଭାଗବତ କହିଛନ୍ତି। ତେବେ ଗୋସୁରକ୍ଷା ନାମରେ ହିଂସା ନିନ୍ଦନୀୟ ବୋଲି ଶ୍ରୀ  ଭାଗବତ କହିଛନ୍ତି। ସେ କହିଥିଲେ ଯେ ଗୋସୁରକ୍ଷା ନାମରେ ଗୋରକ୍ଷକଙ୍କ ଦ୍ୱାରା କେତେକ  ଲୋକ ମୃତ୍ୟୁ ବରଣ କରିଥିବା  ଘଟଣା ନିନ୍ଦନୀୟ, ଏପରିକି  ହିଂସା  ସର୍ବଦା ନିନ୍ଦନୀୟ ବୋଲି ଶ୍ରୀ ଭାଗବତ କହିଛନ୍ତି। ଆରଏସଏସ ମୁଖ୍ୟ ଭାଗବତ ଶନିବାର ଦିନ ବିଜୟଦଶମୀ ଅବସରରେ  ଉଦବୋଧନ ଦେଇ ପଶ୍ଚିମବଙ୍ଗ ଓ କେରଳ ରାଜ୍ୟ ସରକାର ହଂସା ଘଟାଉଥିବା ତଥାକଥିତ ଜେହାଦୀ ତତ୍ତ୍ୱଙ୍କୁ ସମର୍ଥନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତେବେ ଏହି ଅବସରରେ ଶ୍ରୀ ଭାଗବତ ରୋହିଙ୍ଗିୟା ମୁସଲମରନ ସମସ୍ୟା ସମ୍ପର୍କରେ ରହିଛନ୍ତି ଯେ ଏହି ରୋହିଙ୍ଗିୟା ମୁସଲମାନ ଶରଣାର୍ଥୀମାନେ ଭାରତର ସୁରକ୍ଷା ପାଇଁ ବିପଦ।ଶ୍ରୀ ଭାଗବତ ତାଙ୍କ ଭାଷଣାର ଅଧିକାଂଶ ସମୟ କେବଳ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ।  ଭାଗବତ କହିଥିଲେ ଯେ ଜେହାଦୀ ତତ୍ତ୍ୱମାନେ କେରଳ ଓ ପଶ୍ଚିମବଙ୍ଗରେ ସେମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଯେତେବେଳେ ଜନସାଧାରଣ ଏହି ଜେହାଦୀ ଗୋଷ୍ଠୀଙ୍କୁ ବିରୋଧ କରୁଛନ୍ତି ସେତେବେଳେ ସେଠିକାର ରାଜ୍ୟ ସରକାର ନିଜ କର୍ତ୍ତବ୍ୟ ଠିକ ଭାବେ ପାଳନ ନ କରି ଏହି ଅସାମାଜିକ  ଜାତୀୟତା ବିରୋଧୀ ଶକ୍ତିଙ୍କୁ  ସମର୍ଥନ କରୁଛନ୍ତି।ତେବେ ଦେଶର ସୁରକ୍ଷା ଓ ସାର୍ବଭୌମତ୍ତ୍ୱ ଯେପରି କୌଣସି ପରିସ୍ଥିତିରେ କ୍ଷୁର୍ଣ୍ଣ ନ ହୁଏ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବା ଉଚିତ ବୋଲି ଶ୍ରୀ ଭାଗବତ କହିଛନ୍ତି।ସେହିପରି ରୋହିଙ୍ଗିୟା ପ୍ରସଙ୍ଗରେ  ଶ୍ରୀ ଭାଗବତ କହିଥିଲେ ଯେ ମିଆଁମାରେ ଏହି ରେହିଙ୍ଗିୟା ମୁସଲମାନମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବାରୁ ମିଆଁମାର ସରକାର ସେମାନଙ୍କୁ ଦେଶରୁ ତଡି ଦେଲେ। ମାନବିକତା ଦୃଷ୍ଟିକୋଣରୁ ଯେଉଁମାନେ ରୋହିଙ୍ଗିୟା ମୁସଲମାନମାନଙ୍କୁ ଭାରତରେ ରହିବାରୁ ସୁଯୋଗ ଦିଆଯିବା ସପକ୍ଷରେ ଯୁକ୍ତି କରୁଛନ୍ତି ସେମାନଙ୍କୁ ଜବାବ ଦେଇ ଶ୍ରୀ ଭାଗବତ କହିଛନ୍ତି ଯେ ମାନବିକତା  ଦ୍ୱାହି ଦେଇ ଆମେ ଆମ ମାନବିକ ଅଧିକାରକୁ କ୍ଷତି ପହଞ୍ଚାଇ ପାରିବୁ ନାହିଁ। ଶ୍ରୀ ଭାଗବତ କହିଥିଲେ ଯେ ରୋହିଙ୍ଗିଆ ମାନେ ଭାରତ ପାଇଁ ବୋଝ ହେବେ। ଆମେ ଏ ପର୍ଯ୍ୟନ୍ତ ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କ ସମସ୍ୟା ସମାଧାନ କରି ପାରି ନ ଥିବା ବେଳେ ମିଆଁମାରରୁ ପୁଣି ଏହି ରୋହିଙ୍ଗିଆ ସମସ୍ୟା ଆସିଛି। ଯଦି ଆମେ ସେମାନଙ୍କୁ ଏଠାରେ ରହିବାକୁ ଦେବା ତେବେ ସେମାନେ କେବଳ ଆମ ନିଯୁକ୍ତି  ଉପରେ ବୋଝ ହେବେ ନାହିଁ  ଆମ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ବିପଦ ସୃଷ୍ଟି କରିବେ।

ସମ୍ବନ୍ଧିତ ଖବର