ନୂଆଦିଲ୍ଲୀ: ରହିଲାନି ମୁହଁ ଫୁଟାଣି, ଜୀବନ ବିକଳରେ ପାକିସ୍ତାନ ଛାଡ଼ି ପଳାଇଲେ ପିପିପି ନେତା ବିଲାୱାଲ ଭୁଟ୍ଟୋ । ନିଜ ପରିବାର ସହ ଦେଶକୁ ପର କରି ପଳାଇଛନ୍ତି ବିଲାୱାଲ । ପହଲଗାମ୍ ହମଲାର ବଦଲା ନେବାକୁ ଭାରତ ଆକ୍ସନ ପରେ ଆକ୍ସନ ନେଉଥିବା ବେଳେ ଏବେ ଭୟ ଆତଙ୍କରେ ଥିବା ପାକିସ୍ତାନ ନେତା ଏବଂ ସେନା ଅଧିକାରୀ ଧିରେଧିରେ ପାକିସ୍ତାନ ଛାଡି ପଳାୟନ କରୁଛନ୍ତି । ଆଉ ଏହାରି ଭିତରେ ଦେଶ ଛାଡି କାନାଡା ପଳାଇଛନ୍ତି ବିଲାୱାଲ ।

Advertisment

ତେବେ ପଳାୟନର ଦୁଇ ଦିନ ପୂର୍ବରୁ ଭାରତକୁ ଧମକାଇଥିଲେ ବିଲାୱାଲ । ଏକ ଜନସଭାରେ ଭାଷଣ ଦେଇ ଭାରତ ବିରୋଧରେ ଗର୍ଜି ଲୋକଙ୍କୁ ଉସୁକାଉଥିଲେ । ଭାରତ ପାକିସ୍ତାନ ବିରୋଧରେ ଆକ୍ସନ ନେଇ ସିନ୍ଧୁ ନଦୀକୁ ଚୁକ୍ତିକୁ ରଦ୍ଦ କରିବା ପରେ ପ୍ରତିକ୍ରିୟାଶୀଳ ହୋଇ ବିଲାୱାଲ କହିଥିଲେ- ସିନ୍ଧୁ ଆମର ଆଉ ଆମର ହୋଇ ହିଁ ରହିବ... ଏଥିରେ ପାଣି ବହିବ ନଚେତ ସେମାନଙ୍କ ରକ୍ତ ବହିବ... କହି ଭାରତକୁ ଧମକ ଦେଇଥିଲେ ବିଲାୱାଲ ।

ହେଲେ ବିଡମ୍ବନାର ବିଷୟ ଧମକର ଦିନକ ପରେ ହିଁ ନିଜ ଦେଶ ଛାଡି ପଳାଇଛନ୍ତି ଏ ଭୀରୁ ନେତା । ଭାରତ ବିରୋଧରେ ଗର୍ଜୁଥିବା ବିଲାୱାଲ ଶେଷରେ ପାକିସ୍ତାନକୁ ପର କରି ପଳାଇଛନ୍ତି । ଯେଉଁଥିରେ ତାଙ୍କ ମୁହଁ ଫୁଟାଣିର ଦମ୍ ଜଣାପଡିଛି ।

ଖାଲି ବିଲାୱାଲ ନୁହଁନ୍ତି ପାକିସ୍ତାନର ଅନେକ ସେନା ଅଧିକାରୀ ସେମାନଙ୍କ ପରିବାରକୁ ଦେଶ ବାହାରକୁ ପଠାଇ ଦେଉଛନ୍ତି । ପରିବାରର ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନେଉଛନ୍ତି । କାରଣ ସେମାନେ ଜାଣନ୍ତି ପହଲଗାମ୍ ଆକ୍ରମଣର ବଦଲା ଭାରତ କେତେବେଳେ ବି ନେଇଯିବ ଏବଂ କେତେବେଳେ କିଛି ବି ହୋଇପାରେ ।