ଶ୍ରଦ୍ଧାଳୁ ଭର୍ତ୍ତି ଗାଡ଼ି ଓଭରବ୍ରିଜ ତଳକୁ ଖସିଲା, ୭ରୁ ଊର୍ଧ୍ୱ ମୃତ

ଲକ୍ଷ୍ମୌ: ରାଜଧାନୀ ଲକ୍ଷ୍ମୌର ମାନକନଗର ଅଞ୍ଚଳରେ ମଙ୍ଗଳବାର ଏକ ଶ୍ରଦ୍ଧାଳୁ ଭର୍ତ୍ତି ଥିବା ଟ୍ରାକ୍ଟର ଟ୍ରୋଲି ଓଭରବି୍ରଜ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଶରୀରାବସ୍ଥା ଗମ୍ଭୀର ରହିଛି।

ସୂଚନାଯୋଗ୍ୟ, ପାରା ଥାନା ଅଞ୍ଚଳସ୍ଥିତ ଘୁହର ରେଲେଓ୍ଵ ଓଭର ବ୍ରିଜ ଦେଇ ଏକ ଟ୍ରାକ୍ଟର ଟ୍ରୋଲିରେ ୫୫ଜଣ ଶ୍ରଦ୍ଧାଳୁ ଘରକୁ ଫେରୁଥିଲେ। ଏହି ସମୟରେ ଟ୍ରାକ୍ଟର ଟୋଲିରେ ଯାତ୍ରା କରୁଥିବା ୫୫ଜଣ ଲୋକ କନ୍ରୋଜ ବଛରଜାପୁର ନିବାସୀ ବୋଲି କୁହାଯାଉଛି। ଟ୍ରୋଲିରେ ଥିବା ପାଖାପାଖି ୪୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣ ଶିଶୁ ଥିବା ଜଣାପଡ଼ିଛି। ଆଠ-ନଅ ଜଣଙ୍କୁ ଲକ୍ଷ୍ମୌ ଟ୍ରମା ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଟ୍ରୋଲିଟି ଓଭରବ୍ରିଜ ତଳକୁ ଓହ୍ଲାଉଥିବା ସମୟରେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ସଠିକ୍‌ ସୂଚନା ମିଳି ପାରି ନ ଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଓଭରବ୍ରିଜ ଉପରେ ପୂର୍ବରୁ ବି ଅନେକ ଦୁର୍ଘଟଣା ଘଟିଛି। କାରଣ ଓଭରବ୍ରିଜ ଦୁଇପାର୍ଶ୍ୱରେ କୌଣସି ପାଚେରି ନିର୍ମାଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର