ନୂଆଦିଲ୍ଲୀ: ଭାରତର ଆଇ ଡ୍ରପ୍‌ ପକାଇ ଶ୍ରୀଲଙ୍କାରେ ୩୦ରୁ ଅଧିକ ଲୋକଙ୍କ ଆଖି ସଂକ୍ରମିତ ହୋଇଛି। ଶ୍ରୀଲଙ୍କା ସରକାର ଏନେଇ ଭାରତ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗୁଜରାଟର ଏକ କମ୍ପାନି ଶ୍ରୀଲଙ୍କାକୁ ଅତି ନିମ୍ନ ମାନର ଆଇ ଡ୍ରପ୍‌ ପଠାଇଥିବା ଅଭିଯୋଗ ହୋଇଛି। ‘ଇଣ୍ଡିଆନା ଅପଥାଲମିକ୍ସ’ କମ୍ପାନି ଦ୍ବାରା ଶ୍ରୀଲଙ୍କାକୁ ଯୋଗାଣ କରାଯାଇଥିବା ଏକ ଆଇ ଡ୍ରପ୍‌ ପାଇଁ ୩୦ରୁ ଅଧିକ ଲୋକଙ୍କ ଆଖି ସଂକ୍ରମଣ ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା ଫାର୍ମେକ୍ସସିଲ୍‌ ଗୁରୁବାର ଦିନ ଏନେଇ ଇଣ୍ଡିଆନା ଅପଥାଲମିକ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।