ଋଷର ସମୁଦ୍ରତଟ ନିକଟରେ ପାଗ ଖରାପ ରହିବାରୁ ୨୪ ଟି ଜଳ ଜାହଜ ବରଫ ମଧ୍ୟରେ ଫଶି ରହିଛି

ନୂଆଦିଲ୍ଲୀ:  ଆର୍କିଟିକ୍ ସମୁଦ୍ର ମାଧ୍ୟମରେ ୟୁରୋପ ଓ ଏସିଆ ପର୍ଯ୍ୟନ୍ତ ପହଂଚିବାକୁ ସ୍ୱପ୍ନ ଦେଖୁଥିବା ଋଷର ପ୍ରଚେଷ୍ଠାକୁ ଝଟକା ଲାଗିଛି । ‘ମସ୍କୋ ଟାଇମ୍ସ’ରେ ପ୍ରକାଶ ପାଇଥିବା ଖବର ମୁତାବକ ଋଷର ସମୁଦ୍ରତଟ ନିକଟରେ ପାଗ ଖରାପ ରହିବାରୁ ୨୪ ଟି ଜଳ ଜାହଜ ବରଫ ମଧ୍ୟରେ ଫଶି ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି ଏଠାରେ ଭୀଷଣ ଜାମ ପରିଲକ୍ଷିତ ହୋଇଛି ।

ପାଣିପାଗ ବିଭାଗର ଅନୁମାନ ପୂର୍ବରୁ ଏତେ ମାତ୍ରାର ବରଫ ପାତ ଯୋଗୁଁ ଏତେ ସଂଖ୍ୟାର ଜାହଜ ଫଶିଯିବା ଫଳରେ ପୁରା ଉତ୍ତର ରାସ୍ତା ବନ୍ଦ ହୋଇଯାଇଛି । ଏହାର ସୂଚନା ପାଇବା ପରେ ରାସ୍ତା ସଫା କରିବାକୁ ମସ୍କୋରୁ ୨ ଟି ବରଫ କାଟିବା ଜାହାଜ ସହ ରିଲିଫ୍ ସାମଗ୍ରୀ ପହଂଚାଯାଉଛି । ଫଶି ରହିଥିବା ଜାହଜଗୁଡିକର ଦିଗ ପରିବର୍ତ୍ତନ କରିବାକୁ ଲଗାତର ଭାବେ ପ୍ରୟାସ ଜାରି ରହିଛି ।

ଋଷ ନ୍ୟୁଜ ଏଜେନ୍ସି ‘ତାସ୍’ ର ସୂଚନା ମୁତାବକ ପାଣିପାଗର ପୂର୍ବାନୁମାନ ନ ଲଗାଇ ପାରିବା କାରଣରୁ ଏତେମାତ୍ରାରେ ଜାହଜ ଆର୍କିଟିକ୍ ସାଗରରେ ଫଶି ରହିଛି । ସେପଟେ ଋଷ ଅଧିକାରୀ କହିଥିଲେ କି ଏହି ରାସ୍ତା ପୁରା ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ସଫା ରହିବ । ଏହାର କାରଣ ଭାବେ କୁହାଯାଇଥିଲା ବିଶ୍ୱରେ ବଢୁଥିବା ଉତ୍ତାପ କାରଣରୁ ଏଠାରେ ଜମୁଥିବା ବରଫ ଡେରିରେ ଜମୁଥାଏ ।

ମସ୍କୋ ତରଫରୁ ଏହାର ବିକଳ୍ପ ଚିନ୍ତା କରାଯାଉଛି । ଋଷ ଏବେ ନିଜର ଦୁଇଟି ପରମାଣୁ ଶକ୍ତି ସମ୍ପର୍ଣ୍ଣ ଜାହାଜ ପଠାଇବାକୁ ଯୋଜନା କରୁଛି । ଏହି ଜାହଜ ୧୧ ଇଂଚ ମୋଟେଇର ବରଫକୁ କାଟି ଫଶିଥିବା ଜାହଜଗୁଡିକ ପାଇଁ ରାସ୍ତା ସଫା କରିବାରେ ସହାୟକ ହେବ । ତଥାପି ଅନୁମାନ କରାଯାଉଛି କି ଫଶିଥିବା ଜାହଜଗୁଡିକ ଏଠାରେ ଅନେକମାସ ଧରି ପଡି ରହିବ ।

ସମ୍ବନ୍ଧିତ ଖବର