ନୂଆଦିଲ୍ଲୀ: ଘର ଜଞ୍ଜାଳ, ବିଶେଷକରି ପିଲାମାନଙ୍କ ଶିକ୍ଷାଦୀକ୍ଷା ପ୍ରସଙ୍ଗ ଦର୍ଶାଇ ଅନେକ ଉପଯୁକ୍ତ ମହିଳା ଆଡ୍ଭୋକେଟ୍ ହାଇକୋର୍ଟର ବିଚାରପତି ହେବାକୁ ଅଗ୍ରାହ୍ୟ କରି ଦେଉଥିବାରୁ ହାଇକୋର୍ଟମାନଙ୍କରେ ମହିଳା ବିଚାରପତିଙ୍କ ସଂଖ୍ୟା ଅତି ନଗଣ୍ୟ ବୋଲି ଗୁରୁବାର ଦିନ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େ କହିଛନ୍ତି।
Image Courtesy of The Times of Indiaଭାରତର ପ୍ରଧାନ ବିଚାରପତି ଶରଦ୍ ଅରବିନ୍ଦ ବୋବ୍ଡେ, ବିଚାରପତି ସଞ୍ଜୟ କେ. କୌଲ୍ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ‘ସୁପ୍ରିମ୍ କୋର୍ଟ ଉଇମିନ୍ ଲୟର୍ସ ଆସୋସିଏସନ୍’ କରିଥିବା ଆବେଦନର ଶୁଣାଣି ବେଳେ ‘ସିଜେଆଇ’ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ ବିଚାରପତିମାନଙ୍କ ସଂଖ୍ୟା ଅନୁସାରେ ମହିଳା ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯାଉ ବୋଲି ଆବେଦନରେ ଦାବି ହୋଇଥିଲା। ହାଇକୋର୍ଟ ପାଇଁ ମଞ୍ଜୁରି ମିଳିଥିବା ୧୦୮୦ ବିଚାରପତିଙ୍କ ମଧ୍ୟରୁ ଏବେ ମାତ୍ର ୬୬୧ଜଣ ବିଚାରପତି ଅଛନ୍ତି। ସେମାନଙ୍କ ମଧ୍ୟରୁ ମହିଳା ବିଚାରପତି ହେଉଛନ୍ତି ୭୩ଜଣ ବା ୧୧%।
Image Courtesy of Business Todayଆସୋସିଏସନ୍ ତରଫରୁ ଆଡ୍ଭୋକେଟ୍ ସ୍ନେହା କଲିତା କହିଲେ, ହାଇକୋର୍ଟରେ ମହିଳା ବିଚାରପତିମାନଙ୍କ ନିଯୁକ୍ତି ବିଷୟରେ ‘ମେମୋରାଣ୍ଡମ୍ ଅଫ୍ ପ୍ରସିଜ୍ୟୁଓର୍’ରେ ସ୍ୱରଶବ୍ଦ ମଧ୍ୟ ଉଠୁନାହିଁ।
ପ୍ରଧାନ ବିଚାରପତି କହିଲେ, ‘ମେମୋରାଣ୍ଡମ୍ ଅଫ୍ ପ୍ରସିଜ୍ୟୁଓର୍’ରେ ମହିଳା ବିଚାରପତିଙ୍କ କଥା ଉଲ୍ଲେଖ ନାହିଁ କି, ସମାଜର ଅନ୍ୟାନ୍ୟ ବିପନ୍ନ ବର୍ଗଙ୍କ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ ନାହିଁ। କିନ୍ତୁ, ଆମେ କଲେଜିୟମ୍ରେ ବସିଲେ, ହାଇକୋର୍ଟ ବିଚାରପତି ପାଇଁ ଉପଯୁକ୍ତ ମହିଳା ଆଡ୍ଭୋକେଟ୍, ବିଚାର ବିଭାଗୀୟ ଅଧିକାରୀ ତଥା ଓକିଲ ଏବଂ ଅନ୍ୟାନ୍ୟ ବିପନ୍ନ ବର୍ଗଙ୍କ କଥା ଉଠାଉ।
ଅନେକ ମହିଳା ଆଡ୍ଭୋକେଟ୍ଙ୍କୁ ବିଚାରପତି ପଦବୀ ପାଇଁ ମନୋନୀତ କରାଯାଏ। କିନ୍ତୁ, ପିଲାଏ ୧୦ମ କି, ୧୨ଶ ଶ୍ରେଣୀରେ ପିଲା ପଢୁଥିବା କିଂବା ଘର ଜଞ୍ଜାଳ ଥିବା ଦର୍ଶାଇ ସେମାନେ ଏହା ଅଗ୍ରାହ୍ୟ କରି ଦିଅନ୍ତି। କେତେକ ମଧ୍ୟ ବିଚାରପତି ପଦବୀ ଗ୍ରହଣ କରି ଉତ୍ତମ କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିଛନ୍ତି। ଆମ ମନରେ ମଧ୍ୟ ମହିଳାଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଥାଏ ଏବଂ ସାଧ୍ୟ ମତେ ସେମାନଙ୍କୁ ନିଯୁକ୍ତି କରିବାକୁ ଚେଷ୍ଟା କରୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Bobde-Comments-on-Why-Women-Not-Wants-To-Be-a-Judge_Thumbnail.jpg)