ଛତିଶଗଡ ଦାନ୍ତେୱାଡାରେ ମାଓବାଦୀ- ପୁଲିସ୍ ଗୁଳି ବିନିମୟ: ମାଓ କମାଣ୍ଡର ବର୍ଗୀସ୍ ସମେତ ୨ ନକ୍ସଲ ନିହତ

ରାୟପୁର:  ଛତିଶଗଡର ଦାନ୍ତେୱାଡାରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁରୁବାର ସକାଳୁ ମୁହାଁମୁହିଁ ହୋଇଛି । ଦାନ୍ତେୱାଡାର କୁଆକୋଣ୍ଡା ଥାନା ଅଧିନସ୍ଥ ଧନିକରକାର ଜଙ୍ଗଲରେ ଡିଆରଜିର ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ପୁଲିସ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କଟେକଲ୍ୟାଣ ଥାନା ଏବଂ କୁଆକୋଣ୍ଡା ଥାନାର ଏକ ଟିମ୍ ସହ  ସର୍ଚ୍ଚ ଅପରେସନ୍ ପାଇଁ ବାହାରିଥିବା ଡିଆରଜିର ଯବାନଙ୍କ ଉପରେ ପ୍ରଥମେ ନକ୍ସଲ ଗୁଳି  କରିବା ଆରମ୍ଭ କରିଥିଲେ । ଏହାର ଜବାବରେ ଯବାନ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏହି ଗୁଳି ବିନିମୟରେ ନକ୍ସଲ କମାଣ୍ଡର ବର୍ଗୀସ୍ ସମେତ ୨ ନକ୍ସଲଙ୍କ ମୃତ୍ୟୁ ହୋଇଥିବାର ଖବର ଆସୁଛି ।  ନିହତ କମାଣ୍ଡର ବର୍ଗୀସ୍ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।  ଅନ୍ୟ ଜଣେ ନକ୍ସଲ ଏହି ଘଟଣାରେ  ଗୁରୁତର ଆହତ ହୋଇଥିବା କଥା ମଧ୍ୟ କୁହାଯାଉଛି ।

ସମ୍ବନ୍ଧିତ ଖବର