କୋରାପୁଟ : ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ପୁଣି ମୋଷ୍ଟ ୱାଣ୍ଟେଡ ଟପ୍ ମାଓ ନେତା ରାମକ୍ରିଷ୍ଣା ଓରଫ ଆରକେ ଖସି ଯାଇଥିବା ଖବର ମିଳିଛି। ଆନ୍ଧ୍ର ପ୍ରଦେଶର ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନକ୍ସଲମାନେ ହତ୍ୟା କରିବା ପରେ ରବିବାର ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ସୁଂକି ଜଙ୍ଗଲସ୍ଥିତ ଏକ ମାଓ ଶିବିରରେ ଅଚାନକ ଆକ୍ରମଣ କରିଥିଲେ ସୁରକ୍ଷାକର୍ମୀ। ଏହି ମାଓ ଶିବିରରେ ରାମକ୍ରିଷ୍ଣା ଓ ଟପ୍ ମାଓନେତ୍ରୀ ଅରୁଣା ମଧ୍ୟ ଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ସୁଙ୍କିର ଘଞ୍ଚ ଜଙ୍ଗଲ ଭିତରେ ଏକ ଶିବିର କରି ତିନିଜଣ ଟପ୍ ମାଓ କମାଣ୍ଡର ଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଆନ୍ଧ୍ରର ଜଣେ ବିଧାୟକ ଏବଂ ଅନ୍ୟ ଜଣେ ପୂର୍ବତନ ବିଧାୟକଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ଓଡିଶା ଓ ଆନ୍ଧ୍ର ପକ୍ଷରୁ ଅପରେସନ ପାଇଁ ତିଆରି ହୋଇଥିଲା ବ୍ଲୁ ପ୍ରିଂଟ।
/sambad/media/post_attachments/wp-content/uploads/2018/10/maobadi-300x165.jpg)
ପ୍ରାଥମିକ ସୂଚନା ଅନୁସାରେ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ମାଓନେତା ରାମକ୍ରିଷ୍ଣା ଓରଫ ଆରକେ ଓରଫ ଅକିରାଜୁ ହରଗୋପାଲ ଆହତ ହୋଇଥିବା ପୁଲିସ ସନ୍ଦେହ କରୁଛି । ଆରକେ ହେଉଛି ମାଓଇଷ୍ଟ ସେଣ୍ଟ୍ରାଲ କମିଟିର ସବୁଠାରୁ ପ୍ରଭାବଶାଳୀ ସଦସ୍ୟ । ଆରକେର ଇସାରାରେ ବିଧାୟକଙ୍କୁ ହତ୍ୟା କରାଯାଇଥିଲା ବୋଲି ପୁଲିସକୁ ସୂଚନା ମିଳିଥିଲ।
ପୋଲିସ ସନ୍ଦେହ କରୁଛି, ରାମକ୍ରିଷ୍ଣା ସହ ଟପ୍ ମାଓନେତ୍ରୀ ଅରୁଣା ମଧ୍ୟ ସେହି ଶିବିରରେ ଉପସ୍ଥିତ ଥିଲା। ତେବେ ଏସଓଜି ଯବାନଙ୍କ ଆକ୍ରମଣ ପରେ ସେମାନେ ଶିବିରରୁ ଖସିଯାଇଥିବା ଅନୁମାନ କରାଯାଉଛି । କୋରାପୁଟ ପୁଲିସ ଦେଇଥିବା ସୂଚନା ଅନୁସାରେ, ନକ୍ସଲ ଶିବିର ଉପରେ ଆକ୍ରମଣ ସମୟରେ ୧୦ରୁ ୧୫ ଜଣ ନକ୍ସଲ ସେଠାରେ ଉପସ୍ଥିତ ଥିଲେ । ସୁରକ୍ଷାକର୍ମୀଙ୍କ ଆକ୍ରମଣ ପରେ ଘଞ୍ଚ ଜଙ୍ଗଲରେ ଗୋପନୀୟ ରାସ୍ତାର ସୁଯୋଗ ନେଇ ସେମାନେ ଖସିଯାଇଛନ୍ତି । ଏସଓଜି ଓ ବିଏସଏଫ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ସେମାନଙ୍କ ପତା ମିଳି ନଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/images-12.jpg)