ନୂଆଦିଲ୍ଲୀ : ଓଡ଼ିଶାରେ ୨୦୧୪ରୁ ୨୦୧୮ ମଧ୍ୟରେ ୨୭ ପ୍ରତିଶତ ମାଓ ହିଂସା ଜନିତ ଗତିବିଧି ହ୍ରାସ ପାଇଛି। ରାଜ୍ୟସଭାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ବାରା ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।
ତଥ୍ୟ ଅନୁସାରେ ଓଡ଼ିଶାର ୧୯ଟି ମାଓ ପ୍ରବଣ ଜିଲ୍ଲାରୁ କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାକୁ ମାଓପ୍ରବଣ ଜିଲ୍ଲାରୁ ବାଦ୍ ଦିଆଯାଇଛି। ଦୁଇଟି ଜିଲ୍ଲା ଅନୁଗୁଳ ଓ ବୌଦ୍ଧକୁ ମାଓ ପ୍ରବଣ ଜିଲ୍ଲା ତାଲିକାରେ ସାମିଲ କରାଯାଇଛି। ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ବାବଦରେ ୬୬.୬୭ କୋଟି ଟଙ୍କା ୨୦୧୯ରେ ମଞ୍ଜୁର କରାଯାଇଛି। ଓଡ଼ିଶାରେ ମାଓପ୍ରବଣ ଇଲାକାରେ ୧୫୮ ମୋବାଇଲ ଟାଓ୍ୱାର ସ୍ଥାପନାକୁ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଥିବା କୁହାଯାଇଛି।
ରାଜ୍ୟ ସରକାରଙ୍କ ଦ୍ବାରା ମାଓ ହିଂସା ଦମନ ପାଇଁ କେନ୍ଦ୍ରୀୟ ବାହିନୀର ଦୁଇଟି ଅତିରିକ୍ତ ବାଟାଲିୟନ ଯୋଗାଇ ଦେବା ପାଇଁ ଦାବି କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/naxals.jpeg)