ମାଲକାନଗିରି: ସୁକମାରେ ୧୨ ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି: ଗତକାଲି ରାତିରେ ଛତିଶଗଡ଼ ଜିଲ୍ଲା ସୁକମା ଜିଲ୍ଲା ଅନ୍ତର୍ଗତ ତେନ୍ତୁଲିନାର ଅଞ୍ଚଳରେ ଚାଲିଥିିବା ରାସ୍ତାକାର୍ଯ୍ୟରେ ନିୟୋଜିତ ୧୨ରୁ ଊର୍ଧ୍ୱ ଟ୍ରାକ୍ଟର, ଜେସିବି ଓ ଅନ୍ୟ ଗାଡ଼ିକୁ ମାଓବାଦୀମାନେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ସୁକମା ଜିଲ୍ଲା ପୁଲିସ ଅଧିକ୍ଷକ ଅଭିଷେକ ମୀନା କହିଛନ୍ତି ଯେ କଷ୍ଟରାମ ଜିଲ୍ଲା ଅଞ୍ଚଳରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ କ୍ୟାମ୍ପରେ ମାଓବାଦୀମାନେ ଚଢ଼ାଉ କରି କ୍ୟାମ୍ପର କର୍ମଚାରୀମାନଙ୍କୁ ବନ୍ଧକ କରି ଜଙ୍ଗଲକୁ ନେଇଯିବା ସହିତ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ପରେ ଅବଶ୍ୟ ଏହି କର୍ମଚାରୀମାନଙ୍କୁ ମାଓବାଦୀମାନେ ଛାଡ଼ି ଦେଇଛନ୍ତି ବୋଲି ଏସପି ଶ୍ରୀ ମୀନା କହିଛନ୍ତି।

ସମ୍ବନ୍ଧିତ ଖବର