ଝିଅ ଜନ୍ମଦିନ ପାଳନ ସମୟରେ ପରିବାର ଲୋକଙ୍କ ସମ୍ମୁଖରେ ଯବାନଙ୍କୁ ହତ୍ୟା; ପୂର୍ବ ରାଗ ଶୁଝାଇଲେ ମାଓବାଦୀ

ପାଟ୍‌ନା: ଏପରି ଘଟଣା ନୂଆ ନୁହେଁ, ପୂର୍ବରୁ ବି ସୀମାରେ ଲଢ଼ି ଲଢ଼ି ଛୁଟି କାଟିବାକୁ ଆସିଥିବା ବେଳେ ନିଜ ଘରେ ଯବାନଙ୍କ ହତ୍ୟା କରାଯାଇଛି। ନିକଟରେ ସେପରି ପୁଣି ଥରେ ଘଟିଛି। ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି) ଯବାନ ବିହରର ଜାମୁଇ ଜିଲ୍ଲାରେ ଥିବା ପଣ୍ଡେତିକା ଗ୍ରାମରେ ନିଜ ଘରକୁ ଛୁଟି କାଟିବାକୁ ଆସିଥିବା ବେଳେ ତାଙ୍କର ହତ୍ୟା ହୋଇଛି। ଯବାନ ଜଣକ ହେଉଛନ୍ତି ବିହାରର ମଧୁବାଣି ଜିଲ୍ଲାର ୪୮ ବ୍ୟାଟାଲିୟନ୍‌ ସିକନ୍ଦର ଯାଦବ।

ଏସ୍‌ଏଚ୍‌ଓ ଭରତ କୁମାର କହନ୍ତି ଯେ ‘ସିକନ୍ଦର ନିଜ ପରିବାର ସହ ତାଙ୍କ ଝିଅର ୪ର୍ଥ ଜନ୍ମଦିନ ପାଳନ କରିବା ସମୟରେ ତାଙ୍କର ହତ୍ୟା କରାଯାଇଛି।’

ପୂର୍ବରୁ ସିକନ୍ଦର ପୁଲିସ୍‌ ୟୁନିଫର୍ମରେ ୨ ଜଣ ମାଓବାଦୀଙ୍କ ହତ୍ୟା କରିଥିଲେ। ସେହି ରାଗରେ ମାଓବାଦୀମାନେ ସିକନ୍ଦରଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ନିଜ ଘରଠାରୁ ମାତ୍ର କିଛି ଫୁଟ୍‌ ଦୂରରେ ସିକନ୍ଦରଙ୍କୁ ବାରମ୍ବାର ଗୁଳି କରାଯାଇ ହତ୍ୟା କରାଯାଇଛି ବୋଲି ସୂଚନା ରହିଛି।

ପ୍ରାୟ ୨୦ ଜଣ ମାଓବାଦୀ ଆସି ଏପରି ଆତଙ୍କ ଖେଳାଇଥିବା ଜାଣିବାକୁ ମିଳିଛି। ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି ଯେ ଉକ୍ତ ମାଓବାଦୀମାନଙ୍କ ମଧ୍ରରେ କେତେ ଜଣ ମହିଳା ମଧ୍ୟ ଥିଲେ। ସିକନ୍ଦରଙ୍କୁ ଗୁଳି କରିବା ପରେ ସେମାନେ ସ୍ଥାନ ଛାଡ଼ି ନିକଟସ୍ଥ ଜଙ୍ଗଲ ଭିତରକୁ ଧାଇଁ ପଳାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର