ଭୀମା କୋରେଗାଓଁ ହିଂସା ପଛରେ ଥିଲା ଗିରଫ ସାମାଜିକ କର୍ମୀମାନଙ୍କ ହାତ; ଗିରଫ ଅଭିଯୁକ୍ତମାନେ ମାଓବାଦୀ ବୋଲି ପୁଲିସ୍‌ ପାଖରେ ରହିଛି ଠୋସ୍‌ ପ୍ରମାଣ

ମୁମ୍ବାଇ/ ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭୀମା କୋରେଗାଓଁରେ ସଂଘଟିତ ହିଂସା ମାଓବାଦୀ ସଂଗଠନ ଦ୍ୱାରା କରାଯାଇଥିଲା। ଏହି ହିଂସା ପଛରେ ମାଓବାଦୀମାନଙ୍କର ହାତ ରହିଥିବା ନେଇ ମହାରାଷ୍ଟ୍ର ପୁଲିସ୍‌ ନିକଟରେ ଠୋସ୍‌ ପ୍ରମାଣ ରହିଛି। ଏଥିସହ ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଯେଉଁ ତଥାକଥିତ ସାମାଜିକ କର୍ମୀମାନଙ୍କୁ ଗିରଫ କରାଯାଇଛି, ସେମାନେ ସାମାଜିକ କର୍ମୀ ନୁହନ୍ତି ବରଂ ମାଓବାଦୀ ବୋଲି କହିଛି ମହାରାଷ୍ଟ୍ର ପୁଲିସ୍‌।

ମହାରାଷ୍ଟ୍ର ପୁଲିସ ପକ୍ଷରୁ ଆଜି ଆପରାହ୍ଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମହାରାଷ୍ଟ୍ର ଏଡିଜି ପରମ୍‌ ବୀର ସିଂହ କହିଛନ୍ତି ଯେ ରାଜ୍ୟରେ ଆଇନ୍‌ ଶୃଙ୍ଗଳା ପରିସ୍ଥିତି ସୃଷ୍ଟି କରି ମହାରାଷ୍ଟ୍ର ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ୟରେ ମାଓବାଦୀମାନଙ୍କ ଦ୍ୱାରା ପୁଣେ ଠାରୁ ୪୦ କିଲୋମିଟର ଦୂରବର୍ତ୍ତୀ ଭୀମା କୋରେଗାଓଁ ଠାରେ ଏହି ହିଂସା କରା ଯାଇଥିଲା। ଆଉ ହିଂସା ପଛର ମାଷ୍ଟର ମାଇଣ୍ଡ ଥିଲେ ଗିରଫ ହୋଇଥିବା ଏହି ତଥାକଥିତ ସାମାଜିକ କର୍ମୀମାନେ। ମାଓବାଦୀମାନଙ୍କ ପଛରେ ରହି ସେମାନଙ୍କୁ ଏହି ହିଂସାକାଣ୍ଡ ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଏଇମାନେ ହିଁ ଯୋଗାଉ ଥିଲେ।


ଭୀମା କୋରେଗାଓଁ ହିଂସା ଘଟଣା ପରେ ପୁଲିସ୍‌ ପକ୍ଷରୁ ହୋଇଥିବା ତଦନ୍ତ କାଳରେ ଯେଉଁ ସମସ୍ତ କାଗଜପତ୍ର ଜବତ ହୋଇଥିଲା, ସେଥିରୁ ଗିରଫ ହୋଇଥିବା ଏହି ସାମାଜିକ କର୍ମୀମାନଙ୍କର ମାଓ ସଂଗଠନ ଓ ମାଓବାଦୀମାନଙ୍କ ସହ ବେଶ ଘନିଷ୍ଠ ସଂପର୍କ ରହିଥିବା ସଂପର୍କରେ ପୁଲିସ୍‌କୁ ଅନେକ ପ୍ରମାଣ ମିଳିଛି ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ମହାରାଷ୍ଟ୍ର ଏଡିଜି ପରମ୍‌ ବୀର ସିଂହ।

ସମ୍ବନ୍ଧିତ ଖବର