ଦୁର୍ଘଟଣାରେ ମରାଠା ନେତା ବିନାୟକ ମିତେଙ୍କ ମୃତ୍ୟୁ

ମୁମ୍ବାଇ : ରବିବାର ସକାଳେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ମରାଠା ସମ୍ପ୍ରଦାୟର ନେତା ବିନାୟକ ମିତେଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମାଡାପ ଟନେଲ ନିକଟରେ ପୂର୍ବତନ ବିଧାନ ପରିଷଦ (ଏମ୍‌ଏଲ୍‌ସି) ସଦସ୍ୟ ମିତେଙ୍କ କାରକୁ ଏକ ଗାଡ଼ି ଧକ୍କା ଦେଇଥିଲା। କାର୍‌ରେ ଥିବା ସମସ୍ତେ ଆହତ ହୋଇଥିଲେ। ମିତେଙ୍କୁ ନଭି ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିଥିଲେ। ମିତେଙ୍କ ମୃତ୍ୟୁକୁ ନେଇ ରାଜ୍ୟର ଅନେକ ରାଜନେତା ଶୋକ ପ୍ରକାଶ କରଛନ୍ତି।

ସମ୍ବନ୍ଧିତ ଖବର