ମରାଠା ଆନ୍ଦୋଳନ: ଆତ୍ମହତ୍ୟା ବଢ଼ୁଛି

ମୁମ୍ବାଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବିକୁ ନେଇ ଆନ୍ଦୋଳ ପୁଣି ଜୋରଦାର ହେବାରେ ଲାଗିଛି। ଗତକାଲି ପୁନେରେ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା ବେଳେ ଔରଙ୍ଗାବାଦ୍‌ରେ ଜଣେ ଯୁବକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆଜି ଆଉ ଦୁଇଜଣ ଯୁବକ ମରାଠା ସଂରକ୍ଷଣ ଦାବିରେ ନିଜ ଜୀବନ ହାରିଛନ୍ତି। ଫଳରେ ଗତ ଦୁଇ ସପ୍ତାହ ମଧ୍ୟରେ ମରାଠା ସଂରକ୍ଷଣ ଦାବିରେ ରାଜ୍ୟରେ ସମୁଦାୟ ୫ ଜଣ ଆତ୍ମହତ୍ୟା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଉଚ୍ଚଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବି କରି ମରାଠାମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର