ନୂଆଦିଲ୍ଲୀ : ଚଳିତ ବର୍ଷର ମାର୍ଚ୍ଚମାସ ଗତ ୧୧ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ ମାସ ଓ ଗତ ୧୨୧ ବର୍ଷରେ ୩ୟ ସବୁଠୁ ଉତ୍ତପ୍ତ ମାର୍ଚ୍ଚ ମାସ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ଆଜି ଏକ ରିପୋର୍ଟ ପ୍ରକାଶ କରି ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଗତ ମାର୍ଚ୍ଚ ମାସର ସର୍ବାଧିକ ହାରାହାରି ତାପମାତ୍ରା ୩୨.୬୫ ଡିଗ୍ରୀ ସେଲସିୟସ ଥିବାବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୯୫ ଡିଗ୍ରୀ ସେଲସିୟସ ଥିଲା । ସେହିପରି ମଧ୍ୟ ( mean) ତାପମାତ୍ରା ୨୬.୩ ଡିଗ୍ରୀ ସେଲସିୟସ ଥିଲା । ଗତ ମାର୍ଚ୍ଚ ମାସରେ ଦେଶରେ କେତେକ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରକୁ ଉଠଯାଇଥିଲା ।
ଆଇଏମଡିର ରେକର୍ଡ ଅନୁସାରେ ସାଧାରଣତଃ ମାର୍ଚ୍ଚ ମାସରେ ସର୍ବାଧିକ ହାରାହାରି ତାପମାତ୍ରା ୩୧.୨୪ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ହାରାହାରି ତାପମାତ୍ରା ୧୮.୮୭ ଡିଗ୍ରୀ ସେଲସିୟସ ରହିଥାଏ ।
୨୦୧୦ର ମାର୍ଚ୍ଚ ମାସ ଗତ ୧୨୧ ବର୍ଷରେ ସବୁଠାରୁ ତତଲା ମାର୍ଚ୍ଚ ମାସ ଥିବାବେଳେ ୨୦୦୪ ୨ୟ ସବୁଠାରୁ ତତଲା ମାର୍ଚ୍ଚ ମାସ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/3rd-time-hot-sesson-05_Thumb.jpg)