କିବ୍ : ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ପୂରିଥିବା ବେଳେ ବିଭିନ୍ନ ଅଂଚଳରେ ଗୋଳାବର୍ଷା ଜାରି ରହିଛି। ବନ୍ଦର ସହର ମାରିୟୁପୋଲ୍ରେ ଅତି ଜଟିଳ ସ୍ଥିତି ଲାଗି ରହିଛି। ମାରିୟୁପୋଲ୍ରେ ୯୦ ପ୍ରତିଶତ ଅଂଚଳ ରୁଷ୍ ସୈନିକଙ୍କ ଦଖଲରେ ରହିଥିଲେ ମଧ୍ୟ ପୁଣି ଲଢ଼େଇ ଜୋରଦାର ହୋଇଛି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ସାମରିକ ନେତା ଏବଂ ଗୁଇନ୍ଦା ସଂସ୍ଥା ମୁଖ୍ୟମାନଙ୍କ ସହ ଗତକାଲିର ବୈଠକରେ ସେ ମାରିୟୁପୋଲ୍ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଜେଲେନ୍ସ୍କି କହିଛନ୍ତି, ବର୍ତ୍ତମାନ ସବୁକିଛି ସାର୍ବଜନୀନ କରାଯିବନି। କିନ୍ତୁ ଆମ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଯାହା ସମ୍ଭବ ଆମେ କରିବୁ। ମାରିୟୁପୋଲ୍ରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ଏବଂ ଲଢ଼େଇ ଏବେ ବି ଜାରି ରହିଛି। ମାରିୟୁପୋଲ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାପାଇଁ ରୁଷ୍ ଭୟାନକ ଯୋଜନା କରିଛି ବୋଲି ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ୭ ସପ୍ତାହର ଲମ୍ବା ଯୁଦ୍ଧରେ ମାରିୟୁପୋଲ୍ ସବୁଠୁ ଅଧିକ କ୍ଷତି ସହିଛି। ସହରର ୮୦ ପ୍ରତିଶତ କୋଠା ଧ୍ବସ୍ତ ହୋଇଯାଇଛି। ଏହା ସତ୍ତ୍ବେ ରୁଷ୍ ମାରିୟୁପୋଲ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇନାହିଁ ବୋଲି ୟୁକ୍ରେନ୍ କହିଛି। ମାରିୟୁପୋଲ୍ରେ ୟୁକ୍ରେନ୍ ସୈନିକଙ୍କୁ ମୂଳପୋଛ କରିଦେବାକୁ ଅଧିକ ରୁଷ୍ ସୈନିକ ସେଠାରେ ପହଞ୍ଚିଛନ୍ତି।
ମାରିୟୁପୋଲ୍ ସଂପୂର୍ଣ୍ଣ ଧ୍ବଂସ ହେବ, ୮୦ ପ୍ରତିଶତ କୋଠା ଧ୍ବସ୍ତ
/sambad/media/post_attachments/wp-content/uploads/2022/04/654h65sf4h65sf465fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)