ନୂଆଦିଲ୍ଲୀ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ନିମୋନିଆ କ୍ଷେତ୍ରରେ ସର୍ବପ୍ରଥମ ପ୍ରତିଷେଧକ ଟୀକା ‘ପଲିସାକାରାଇଡ କଞ୍ଜୁଗେଟ ଭାକ୍ସିନ’ର ବଜାର ପ୍ରବେଶ ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ) ଅନୁମତି ଦେଇଛନ୍ତି। ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏହି ଟୀକା ପ୍ରସ୍ତୁତ କରିଛନ୍ତି।

Advertisment

publive-image MedNews

ଦେଶରେ ଏହି ଟୀକାର ୩ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ସେରମ ଇଣ୍ଡିଆ ଲିମିଟେଡକୁ ଡିସିଜିଆଇ ପୂର୍ବରୁ ଅନୁମତି ଦେଇଥିଲେ। ଏହି ପରୀକ୍ଷାଗୁଡ଼ିକ ଦେଶ ଭିତରେ କରାଯାଇଥିଲା। ଏହାଛଡା କମ୍ପାନି ଭାରତ ବାହାରେ ଗାମ୍ବିଆ ଦେଶରେ ମଧ୍ୟ ଏହାର ପରୀକ୍ଷା କରିଛି।
କମ୍ପାନି ଏହି ଔଷଧ ପ୍ରସ୍ତୁତ ପାଇଁ ଅନୁମତି ଲୋଡିଥିଲା । ହେଲେ, ଡିସିଜିଆଇ ପକ୍ଷରୁ ବିଭିନ୍ନ କ୍ଲିନିକାଲ ପରୀକ୍ଷଣର ସମୀକ୍ଷା ବିଶେଷଜ୍ଞ କମିଟି ଦ୍ୱାରା କରାଯାଇଥିଲା। ଏହାପରେ କମିଟି ଗତକାଲି (ମଙ୍ଗଳବାର) ଏହାକୁ ବଜାରରେ ଉପଲବ୍ଧ କରାଇବା ପାଇଁ କମ୍ପାନିକୁ ଅନୁମତି ପ୍ରଦାନ କରିଥିଲେ।

publive-image MedNews

ନିମୋନିଆ କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଟୀକା। ପୂର୍ବରୁ ଏହି ଟୀକାଗୁଡିକୁ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା। ଶିଶୁମାନଙ୍କ ଠାରେ ଦେଖାଯାଉଥିବା ଭୟଙ୍କର ନିମୋନିଆ ପାଇଁ ଏହି ଟୀକା ବ୍ୟବହାର କରାଯାଇପାରିବ। ଇଣ୍ଟ୍ରାମସ୍କୁଲାର ପଦ୍ଧତିରେ ଏହି ଟୀକା ଦେବାକୁ ହେବ ବୋଲି ଜାଣିବାକୁ ମିଳିଛି।