ସେପଟେ ଚାଲିଛି ଯୁଦ୍ଧ, ଏପଟେ ଭାରତରେ ଭାରତୀୟଙ୍କୁ ବିବାହ କଲେ ୟୁକ୍ରେନୀୟ ଯୁବତୀ

ହାଇଦ୍ରାବାଦ: ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଦିନଠାରୁ, ୟୁକ୍ରେନ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଲଗାତାର ପଞ୍ଚମ ଦିନ ପାଇଁ ଋଷର ସେନା ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରୁଛି, କିନ୍ତୁ ୟୁକ୍ରେନ ମଧ୍ୟ ହାର ମାନିବାକୁ ପ୍ରସ୍ତୁତ ନୁହେଁ। ୟୁକ୍ରେନର ସାଧାରଣ ନାଗରିକମାନେ ମଧ୍ୟ ଏହି ଯୁଦ୍ଧରେ ଭାଗ ନେଉଛନ୍ତି | ଏହି ସମୟ ମଧ୍ୟରେ ଜଣେ ୟୁକ୍ରେନ ମହିଳାଙ୍କ ବିବାହକୁ ନେଇ ଖୁବ ଆଲୋଚନା ହେଉଛି | କାରଣ ମହିଳା ଜଣକ ଜଣେ ଭାରତୀୟଙ୍କୁ ଭାରତରେ ବିବାହ କରିଛନ୍ତି | ଯେତେବେଳେ ଉଭୟ ନବଦମ୍ପତି ହାଇଦ୍ରାବାଦରେ ରିସେପ୍ସନ୍ ପରେ ଏକ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ପହଞ୍ଚିଲେ, ସେତେବେଳେ ସେମାନଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦର ପ୍ରତୀକ ୟୁକ୍ରେନର ଯୁବତୀ ବିୟୁ ହ୍ୟୁଵୋଭଙ୍କୁ ବିବାହ କରିଛନ୍ତି |

ଖବର ଅନୁଯାୟୀ, ବିବାହ ପାଇଁ ଦୁହେଁ ୟୁକ୍ରେନ ଛାଡିବା ପରଦିନ ହିଁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଦୁହେଁ ହାଇଦ୍ରାବାଦରେ ସେମାନଙ୍କର ବିବାହ ରିସେପ୍ସନ୍ ଆୟୋଜନ କରିଥିଲେ | ଯେଉଁଥିରେ ଚିଲ୍କୁର ବାଲାଜୀ ମନ୍ଦିରର ମୁଖ୍ୟ ପୁରୋହିତ ସିଏସ ରଙ୍ଗରାଜନ୍ ଉପସ୍ଥିତ ରହି ନବ ବିବାହିତଙ୍କୁ ଆଶୀର୍ବାଦ ଦେଇଥିଲେ |

ଖବର ଅନୁଯାୟୀ, ଯୁବତୀ ଜଣକ ୟୁକ୍ରେନରୁ ଆସିଛନ୍ତି ଏବଂ ହାଇଦ୍ରାବାଦ ନିବାସୀ ପ୍ରତୀକଙ୍କୁ ବିବାହ କରିଛନ୍ତି। କୁହାଯାଉଛି ଯେ ଉଭୟଙ୍କର ୟୁକ୍ରେନରେ ସାକ୍ଷାତ ହୋଇଥିଲା | ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ପରେ ଏହା ବିବାହର ରୂପ ନେଇଥିଲା |

ସମ୍ବନ୍ଧିତ ଖବର