ପାଟନା: କୁହାଯାଏ ପ୍ରେମ ପାଇଁ କୌଣସି ବୟସ ନାହିଁ | ଶୁକ୍ରବାର ଦିନ ବିହାରର ନାଲନ୍ଦାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ୨୧ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି | ତେବେ ଆପଣ ପଚାରିବେ ଯେ ଏଥିରେ ନୂଆ କଥା କଣ ଅଛି ? ବାସ୍ତବରେ ଉଭୟ ପରସ୍ପରକୁ ଭେଟିବାକୁ ଷ୍ଟେସନ ପାଖକୁ ଆସିଥିଲେ | ତେବେ ଏଦୁହିଁଙ୍କୁ ଦେଖି ସ୍ଥାନୀୟ ଲୋକ ଭିଡ ଜମାଇବାରୁ ପ୍ରେମିକ ଜଣକ ପ୍ରେମିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇଥିଲେ ଓ ସ୍ଥାନୀୟ ଲୋକ ବରଯାତ୍ରୀ ପାଲଟିଯାଇଥିଲେ | ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଶୁକ୍ରବାର ଅପରାହ୍ନରେ ଜଣେ ଯୁବତୀ ଟ୍ରେନରୁ ଓହ୍ଲାଇଥିଲେ | ଆଉ ଏହି ସମୟରେ ଅନ୍ୟ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଯୁବତୀଙ୍କ ନିକଟକୁ ଆସିଥିଲେ। ଷ୍ଟେସନ ବାହାରେ ଏକ ବୁଦାମୂଳ ନିକଟରେ ଉଭୟ ପ୍ରେମୀ ଯୁଗଳ ପରସ୍ପରକୁ ଭେଟିଥିଲେ।
प्यार हमारा अमर रहे! खेत में शादी करने का वायरल वीडियो नालंदा का बताया जा रहा है. लोगों का कहना है कि प्रेमी युगल खेत में मिल रहे थे. इसके बाद खुद ही सिंदुर डालकर शादी भी कर ली. इस दौरान कुछ लोगों ने वीडियो बना लिया. नालंदा से अमृतेश pic.twitter.com/r6KXtYh9Oc
— Prakash Kumar (@kumarprakash4u) November 25, 2022
ଆଉ ଏଠାରେ ହିଁ ବ୍ୟକ୍ତିଜଣକ ଯୁବତୀଙ୍କୁ ବିବାହ କରିଥିଲେ | ପ୍ରେମିକଙ୍କ ନାମ ବାଜୋ ସିଂ ହୋଇଥିବାବେଳେ ଯୁବତୀଙ୍କ ପରିଚୟ ମିଳିନାହିଁ | ସୂଚନା ଥାଉ କି ଯେ ଏଭଳି ଢଙ୍ଗରେ ପ୍ରେମ ବିବାହ ନାଳନ୍ଦା ଅଂଚଳରେ ନୂଆ ନୁହେଁ | କିଛି ଦିନ ପୂର୍ବେ ପ୍ରେମୀ ଯୁଗଳ ଲହେରୀ ପୁଲିସ ଷ୍ଟେସନ ପରିସରରେ ପହଞ୍ଚି ବିବାହ କରାଇଦେବା ପାଇଁ ପୁଲିସକୁ ନିବେଦନ କରିଥିଲେ | ଏହା ପରେ ଷ୍ଟେସନ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କ ସହଯୋଗରେ ବିବାହ ଅନୁଷ୍ଠିତ ହୋଇଥିଲା |