ଦୁଷ୍କର୍ମ ଅଭିଯୋଗ ପରେ ବିବାହ: ୬ ମାସ ପରେ ପତ୍ନୀକୁ ହତ୍ୟା

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ସଜ୍ଜା କାଟି ଜେଲ୍‌ରୁ ଫେରିବାପରେ ଧର୍ଷିତାଙ୍କୁ ବିବାହ କରିଥିଲେ ଯୁବକ। ବିବାହର ୬ ମାସ ପରେ ପ୍ରତିଶୋଧ ପରାୟଣ ସ୍ବାମୀ ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ ପୁଲିସ ଦ୍ବାରା ଗିରଫ ହୋଇଛି। ଦିଲ୍ଲୀ ବାସିନ୍ଦା ରାଜେଶ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗତ ଅଗଷ୍ଟ ମାସରେ ଗିରଫ ହୋଇଥିଲା। ଅକ୍ଟୋବର ମାସରେ ସେ ତିହାର ଜେଲ୍‌ରୁ ମୁକୁଳିବା ପରେ ଡିସେମ୍ବର ମାସରେ ପୀଡ଼ିତାଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ରାଜେଶ ପତ୍ନୀଙ୍କୁ ନାନା ନିର୍ଯାତନା ଦେଉଥିଲା। ଯୁବତୀ ଜଣକ ବାପଘରେ ଆସି ରହୁଥିଲା।

ପରେ ତାକୁ ବୁଝାଇ ରାଜେଶ ସାଙ୍ଗରେ ନେଇ ଯାଉଥିଲା। ଜୁନ୍‌ ୧୧ ତାରିଖରେ ରାଜେଶ ପତ୍ନୀଙ୍କୁ ଶଶୁର ଘରୁ ନେଇ ଉତ୍ତରାଖଣ୍ଡର ଉଦ୍ଦାମସିଂହ ନଗର ଜିଲ୍ଲାକୁ ଚାଲି ଯାଇତିଲା। ସେହିଦିନଠାରୁ ଝିଅର ଫୋନ୍‌ ସୁଇଚ୍‌ ଅଫ୍ ରହିବାରୁ ବାପଘର ଲୋକେ ପୁଲିସରେ ଅଭିଯୋଗ କରିଥିଲେ। ଫୋନ୍‌ ଟ୍ରାକିଂ କରି ପୁଲିସ ରାଜେଶକୁ ଗିରଫ କରିଥିଲା। ପ୍ରଥମେ ଅସ୍ବୀକାର କରୁଥିଲେ ମଧ୍ୟ ପରେ ରାଜେଶ ମାନିଥିଲା, ଶାଶୁ ଓ ପତ୍ନୀ ଉପରେ ପ୍ରତିଶୋଧପରାୟଣ ହୋଇ ସେ ସ୍ତ୍ରୀକୁ ହତ୍ୟା କରିଛି। ନୈନିତାଲଠାରୁ ୧୩ କିଲୋମିଟର ଦୂରରେଥିବା ଏକ ଗୁମ୍ଫାରେ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବା ପରେ ତାକୁ ହତ୍ୟା କରିଥିଲା ବୋଲି ରାଜେଶ ସ୍ବୀକାର କରିଛି।

ସମ୍ବନ୍ଧିତ ଖବର