ବିବାହାର ଅର୍ଥ ନୁହେଁ ଯେ ପତ୍ନୀ ସବୁବେଳେ ପତିଙ୍କ ସହ ଶରୀରିକ ସଂପର୍କ ପାଇଁ ପ୍ରସ୍ତୁତ ରହିବେ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିବାହାର ଅର୍ଥ ନୁହେଁ ଯେ ପତ୍ନୀ ସବୁବେଳେ ପତିଙ୍କ ସହ ଶରୀରିକ ସଂପର୍କ ପାଇଁ ପ୍ରସ୍ତୁତ ଥିବେ। ଏକ ମାମଲାର ଶୁଣାଣି କାଳରେ ଏକଥା କହିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଗୀତା ମିତ୍ତଲ ଓ ଜଷ୍ଟିସ୍‌ ସି ହରି ଶଙ୍କରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବୈବାହିକ ଦୁଷ୍କର୍ମକୁ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରିବା ପାଇଁ ଆଗତ ଏକ ମାମଲାର ଶୁଣାଣି କାଳରେ କହିଛନ୍ତି ଯେ ବିବାହ ବନ୍ଧନରେ ଆବଦ୍ଧ ପତି ପତ୍ନୀଙ୍କ ମଧ୍ୟରେ ପ୍ରତିଟି ସଂପର୍କ ଅତି ପବିତ୍ର। ବୈବାହିକ ସଂପର୍କରେ ଉଭୟ ପତି ଓ ପତ୍ନୀ ଶାରୀରିକ ସଂପର୍କ ପାଇଁ ରାଜି ହେବା ବା ଅରାଜି ହେବା ସଂପୂର୍ଣ୍ଣ ରୂପେ ସେମାନଙ୍କର ବ୍ୟକ୍ତଗତ ବ୍ୟାପାର। ବିବାହାର ଅର୍ଥ ନୁହେଁ ଯେ ପତିର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ପତ୍ନୀ ସବୁବେଳେ ପତି ସହିତ ଶାରୀରିକ ସଂପର୍କ ପାଇଁ ନିଜକୁ ପ୍ରସ୍ତୁତ କରି ରଖିବ। ତେଣୁ, ଏ ପରିସ୍ଥିତିରେ ପତି ଓ ପତ୍ନୀ ଶାରୀରିକ ସଂପର୍କ ପାଇଁ ରାଜି ହେବା ବା ଅରାଜି ହେବା ସଂପୂର୍ଣ୍ଣ ରୂପେ ସେମାନଙ୍କର ବ୍ୟକ୍ତଗତ ବ୍ୟାପାର ବୋଲି କହିଛନ୍ତି କୋର୍ଟ।

ସମ୍ବନ୍ଧିତ ଖବର