ଇସଲାମାବାଦ : ପାକିସ୍ତାନରେ ଜଣେ ୭୦ ବର୍ଷୀୟ ‘ବାବା’ ନିଜ ନାତୁଣୀ ବୟସର ଝିଅକୁ ବାହା ହୋଇଥିଲେ। ସୟଦ ବସିତ ଅଲି ନାମକ ଜଣେ ୟୁଟ୍ୟୁବର ଦମ୍ପତିଙ୍କ ସାକ୍ଷାତ୍କାରର ଭିଡ଼ିଓ ଗତ ଜୁନ୍ ୧୪ରେ ୟୁଟ୍ୟୁବ୍ରେ ଛାଡ଼ିଥିଲେ, ଯାହାର ଦର୍ଶକ ସଂଖ୍ୟା ବର୍ତ୍ତମାନ ୩ ଲକ୍ଷରେ ପହଞ୍ଚିଛି।
ଗତ ଅଗଷ୍ଟ ମାସରେ ମଧ୍ୟ ଅଲି ଏକ ଭିଡ଼ିଓ ୟୁଟ୍ୟୁବ୍ରେ ଛାଡ଼ିଥିଲେ। ତାହା ଥିଲା ୫୫ ବର୍ଷୀୟ ଫାରୁକ ଅହମଦଙ୍କ ସହ ୧୮ ବର୍ଷୀୟା ମୁସ୍କାନଙ୍କ ପ୍ରେମ ଓ ବିବାହ କାହାଣୀ। ମୁସ୍କାନଙ୍କ କହିବା ଅନୁସାରେ ସେ ଫାରୁକଙ୍କ ‘ବବି ଡୋଲ’ ଗୀତ ଶୁଣି ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ଉଭୟଙ୍କର ସଂଗୀତ ପ୍ରତି ଥିବା ଦୁର୍ବଳତା ପରସ୍ପର ଆଡ଼କୁ ଟାଣିଥିଲା।
/sambad/media/post_attachments/wp-content/uploads/2022/11/unique-wedding.jpg)
ଏହାର କିଛି ମାସ ପୂର୍ବରୁ ୧୯ ବର୍ଷୀୟା ସୁମେଲାଙ୍କୁ ବାହା ହୋଇଥିଲେ ୭୦ ବର୍ଷୀୟ ‘ବାବା’ ଲିଆକତ ଅଲି। ପ୍ରାତଃଭ୍ରମଣରେ ଦୈନିକ ଦେଖାହେବା ଭିତରଦେଇ ଉଭୟଙ୍କ ଭିତରେ ପ୍ରେମସମ୍ପର୍କ ଗଢ଼ିଉଠେ। ଦିନେ ସୁମେଲାଙ୍କ ପଛରେ ଜଗିଂ କରୁକରୁ ଲିଆକତ ଗୁଣୁଗୁଣେଇ ଗୀତ ଗାଉଥିଲେ। ସେହି ଗୀତକୁ ପସନ୍ଦ କରିଥିଲେ ସୁମେଲା। ସୁମେଲା କହନ୍ତି, ପ୍ରେମରେ ବୟସ ଦେଖାଯାଏନି। ବାପାମାଆ ଆପତ୍ତି କଲେନି କି ବୋଲି ପଚାରିବାରୁ ସୁମେଲା କହିଲେ ଯେ ସେମାନେ ପ୍ରଥମେ ଆପତ୍ତି କରିଥିଲେ କିନ୍ତୁ ଦୁହେଁ ସେମାନଙ୍କୁ ବୁଝେଇବାରେ ସଫଳ ହୋଇଛନ୍ତି।
ଲିଆକତଙ୍କ କହିବା ଅନୁସାରେ ବୟସ ୭୦ ହେଲେ ବି ସେ ମନରେ ଯୁବକ। ପ୍ରେମରେ ବୟସ ବାଧକ ନୁହେଁ। ଏତେ ବୟସପାର୍ଥକ୍ୟ ଥାଇ ବିବାହ କରିବା ଉଚିତ କି ନୁହେଁ ବୋଲି ପଚାରିବାରୁ ଲିଆକତ କହିଲେ ଯେ, ଯଦି ଉଭୟଙ୍କର ଇଚ୍ଛା ଅଛି ଏବଂ ଆଇନ ଅନୁମତି ଦେଉଛି, ତେବେ ବିବାହ କରାଯାଇପାରେ। ସୁମେଲା କହିଲେ ଯେ, ବିବାହ ପୂର୍ବରୁ ଅନ୍ୟକିଛି ବିଚାର କର ବା ନ କର କିନ୍ତୁ ବ୍ୟକ୍ତିତ୍ବ ଓ ସମ୍ମାନକୁ ବିଚାର କରିବା ଉଚିତ। ପ୍ରେମ ହୋଇଯିବା ପରେ ଖରାପ ସମ୍ପର୍କରେ ରହିବା ଅପେକ୍ଷା ବାହାହୋଇ ପଡ଼ିବା ଭଲ ବୋଲି ସୁମେଲା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/70-Years-Old-Man-Marry-With-19-Years-Old-Women_Thumbnail.jpg)