ନୂଆଦିଲ୍ଲୀ: ନିକାହ-ହଲାଲା ଓ ବହୁବିବାହ ପ୍ରଥା ବିରୋଧରେ ହୋଇଥିବା ଏକ ଆବେଦନର ଜରୁରି ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ସହମତି ପ୍ରଦାନ କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ଜବାବ ଦାଖଲ ପରେ ଏକ ସାମ୍ବିଧାନିକ ଖଣ୍ଡପୀଠରେ ଆବେଦନର ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଆବେଦନକାରୀ ସମୀନା ବେଗମ୍ଙ୍କ ଓକିଲ ଭି ଶେଖର ଓ ଅର୍ଚ୍ଚନା ପାଠକଙ୍କ କହିବାନୁସାରେ ନିକାହ-ହଲାଲା ଓ ବହୁବିବାହ ପ୍ରଥା ବିରୋଧରେ ପିଟିସନ୍ ଦାଖଲ ପରେ ସେମାନଙ୍କ ମହକିଲଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି। ଏଭଳି ସ୍ଥଳେ ଆବେଦନର ତ୍ୱରିତ୍ ଶୁଣାଣି ଜରୁରି ହୋଇପଡ଼ିଛି ବୋଲି ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ସେମାନେ ଦର୍ଶାଇଥିଲେ।
ନିକାହ-ହଲାଲା, ବହୁବିବାହ ବିରୋଧୀ ଆବେଦନ:ଶୀଘ୍ର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ରାଜି
/sambad/media/post_attachments/wp-content/uploads/2018/07/claim-001.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)