ନୂଆଦିଲ୍ଲୀ: କେରଳ ହାଇକୋର୍ଟ ବିବାହିତା ମହିଳାମାନଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।
ହାଇକୋର୍ଟଙ୍କ କହିବାନୁସାରେ, ’ଏଣିକି ଜଣେ ବିବାହିତା ମହିଳା ଅଭିଯୋଗ କରିପାରିବେ ନାହିଁ ଯେ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା, କାରଣ ଯେତେବେଳେ ପକ୍ଷମାନଙ୍କ ମଧ୍ୟରୁ ଜଣେ ପୂର୍ବରୁ ବିବାହିତ ହୋଇଥିବେ ସେତେବେଳେ ଏପରି ପ୍ରତିଶ୍ରୁତିର କୌଣସି ଆଇନଗତ ବୈଧତା ନାହିଁ। ’
ସୂଚନାଯୋଗ୍ୟ, ଜଣେ ବିବାହିତ ମହିଳାଙ୍କଠାରୁ ୨.୫ ଲକ୍ଷ ଟଙ୍କା ଋଣ ନେଇ ତାଙ୍କ ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଲିକ୍ କରିବାକୁ ଧମକ ଦେଇ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଜାମିନ ପ୍ରଦାନ କରିବା ସମୟରେ କେରଳ ହାଇକୋର୍ଟ ଏହି ନିଷ୍ପତ୍ତି ଶୁୂଣାଇଛନ୍ତି।
▪In this case, Kerala HC granted anticipatory bail to a 24-year-old man accused of rape and charged u/s 64(1) BNS by a married woman after their romantic relationship turned sour.
— Ekamnyaay (@ekamnyaay) July 3, 2025
▪Court observed, “Merely because a consensual relationship turned sour at a later point of time,… pic.twitter.com/5vc1CNzyNH
ଜାମିନ ଆବେଦନର ଶୁଣାଣି କରି ବିଚାରପତି ବେଚୁ କୁରିଆନ ଥମାସ କହିଛନ୍ତି ଯେ,. ‘ ଅଭିଯୋଗଟି ମୁଖ୍ୟତଃ ଏକ ଆର୍ଥିକ ବିବାଦରୁ ଉଭା ହୋଇଥିବା ପରି ମନେ ହେଉଛି। ଜୁନ୍ ୧୩ ତାରିଖରେ ଗିରଫ ହୋଇଥିବା ଅଭିଯୁକ୍ତ କହିଥିଲେ,‘ଯୌନ ନିର୍ଯାତନା ଅଭିଯୋଗ କରି ମୋତେ ଟଙ୍କା ଫେରସ୍ତ କରିବାକୁ ବାଧ୍ୟ କରାଯାଇଥିଲା।’
ଭାରତୀୟ ନ୍ୟାୟ ସଂହିତାର ଧାରା ୬୯କୁ ଉଲ୍ଲେଖ କରି କୋର୍ଟ କହିଛନ୍ତି ଯେ,‘ ଏପରି ବ୍ୟବସ୍ଥା ଏଠାରେ ଲାଗୁ ହୋଇପାରିବ ନାହିଁ, କାରଣ ମହିଳା ପୂର୍ବରୁ ବିବାହିତ ଥିବା ସମୟରେ ବିବାହ କରିବାକୁ ପ୍ରତିଶ୍ରୁତି ଦେବାର ଧାରଣା ଆଇନଗତ ଭାବରେ ବିଦ୍ୟମାନ ନାହିଁ।’