ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରେମିକ ଦୁଷ୍କର୍ମ କରିଥିବା ଅଭିଯୋଗ ଏଣିକି ବିବାହିତା ମହିଳା ଆଣି ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ପ୍ରେମିକ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଭଳି ଅଭିଯୋଗ ଏଣିକି ବିବାହିତ ମହିଳା ଆଣି ପାରିବେ ନାହିଁ। ଏହା ବଚାରକୁ ନିଅାଯିବ ନାହିଁ। ବମ୍ବେ ହାଇକୋର୍ଟ ମୁମ୍ବାଇର ଓ୍ଵର୍ଘାରେ ବସବାସ କରୁଥିବା ଜଣେ ୩୦ବର୍ଷୀୟ ମହିଳା ଆଣିଥିବା ଦୁଷ୍କର୍ମ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି।

ବିଚାରପତି ଆର୍‌କେ ଦେଶପାଣ୍ଡେ ଓ ବିଚାରପତି ଅରୁଣ ଉପାଧ୍ୟାୟଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି। ଅଭିଯୁକ୍ତ ସଚିନ୍‌ ପୋତୁଦେଙ୍କ ଓକିଲଙ୍କ କହିବାନୁସାରେ, ଉକ୍ତ ମହିଳା ମିଥ୍ୟା ଅଭିଯୋଗ ଆଣିଛନ୍ତି। ମହିଳା ଅଭିଯୋଗ କରି କହିଥିଲେ, ସଚିନ୍‌ ବିବାହ କରିବାର ପ୍ରତିଶ୍ରୁତି ଦେଇ ମୋ ସହିତ ଶାରୀରିକ ସମ୍ବନ୍ଧ ରଖିଥିଲେ। ଏହାପରେ ସେ ସେହି ପ୍ରତିଶ୍ରୁତିକୁ ପୂରଣ କରିବେ ନାହିଁ ବୋଲି ମନା କରିଦେଇଥିଲେ। ଏହି ଅଭିଯୋଗ କରୁଥିବା ମହିଳା ପ୍ରଥମରୁ ବିବାହିତ ଥିଲେ। ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ସଚିନ୍‌ଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ମାମଲାର ଶୁଣାଣି ପରେ ଉପରୋକ୍ତ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ।

ସୂଚନାଯୋଗ୍ୟ, ୨୦୧୩ ଜୁନ୍‌ରେ ଓ୍ଵର୍ଘା ପୁଲିସ ୨୬ବର୍ଷୀୟ ମହିଳାଙ୍କ ଦ୍ୱାରା ରୁଜୁ କରିଥିବା ମାମଲାର ଆଧାରରେ ସଚିନ୍‌ ପୋତୁଦେଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ମହିଳାଙ୍କ ଅଭିଯୋଗ ମୁତାବକ, ସେ ବିବାହିତ ଥିଲେ ଓ ତାଙ୍କର ଗୋଟିଏ ସନ୍ତାନ ଥିଲା। ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ସମୟରେ ସଚିନ୍‌ଙ୍କ ସହିତ ସମ୍ପର୍କରେ ଆସିଥିଲେ। ସଚିନ୍‌ ବି କିଛିଦିନ ହେବ ବିବାହ କରିଥିଲେ। ତେବେ ଏ ଦୁହେଁ କିଛିଦିନ କଥାବାର୍ତ୍ତା ହେବା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା ଓ ପରେ ଦୁହେଁ ଶାରୀରିକ ସମ୍ବନ୍ଧ ରଖିଥିଲେ। ଏ ସମ୍ପର୍କରେ ଖବର ସଚିନ୍‌ଙ୍କ ପତ୍ନୀଙ୍କୁ ମିଳିଯାଇଥିଲା। ଏହା ପରେ ମହିଳା ଯାଇ ପୁଲିସରେ ସଚିନ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ସେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଜୋରଜବରଦସ୍ତି କରିଥିଲେ ବୋଲି ପୁଲିସରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର