ନୂଆଦିଲ୍ଲୀ: ତିବ୍ଦତକୁ ଗୋଟିଏ ସ୍ୱତନ୍ତ୍ର ଦେଶ ବୋଲି ଉଲ୍ଲେଖ କରିଥିବା କାରଣରୁ ଆମେରିକୀୟ ଗ୍ଲୋବାଲ୍ ହୋଟେଲ୍ ଚେନ୍ ‘ମେରିଅଟ୍ ହୋଟେଲ୍’ ଚୀନ୍ ରୋଷର ସରବ୍ୟ ହୋଇଥିବା କଥା ଚୀନ୍ର ରାଷ୍ଟ୍ରାୟତ ସମ୍ବାଦ ଏଜେନ୍ସି ଜିନ୍ହୁଆ କହିଛି।
ଗୁରୁବାର ଦିନ ‘ମେରିଅଟ୍ ହୋଟେଲ୍’ ତା’ର ଚୀନ୍ ସଦସ୍ୟମାନଙ୍କୁ ଏକ ପ୍ରଶ୍ନୋତ୍ତରୀ ପଠାଇଛି। ସେଥିରେ ଗୋଟିଏ ପ୍ରଶ୍ନ ହେଉଛି:- ଆପଣ କେଉଁ ଦେଶରୁ ଆସିଛନ୍ତି?
ତା’ର ଉତ୍ତର ତାଲିକାରେ ରହିଛି: ତିବ୍ଦତ, ହଙ୍ଗ୍ କଙ୍ଗ୍, ମାକାଓ ଏବଂ ତାଇଓ୍ଵାନ୍।
ଚୀନ୍ର ଅନ୍ଲାଇନ୍ କମ୍ୟୁନିଟି ଏଥିପାଇଁ ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିବାରୁ ଏହି ପ୍ରଶ୍ନୋତ୍ତରୀକୁ ପ୍ରତ୍ୟାହାର କରି ନିଆ ଯାଇଥିଲା। କିନ୍ତୁ, ଏହି ଚେନ୍ ହୋଟେଲ୍ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ ଜଣେ ତିବ୍ଦତୀୟ ବିଚ୍ଛିନ୍ନତାବାଦୀ ଦଳର ଟୁଇଟ୍କୁ ଲାଇକ୍ କରିବାରୁ ପରିସ୍ଥିତି ବିଗିଡ଼ି ଯାଇଥିଲା।
ଏ ଘଟଣା ପରେ ସଙ୍ଘାଇସ୍ଥିତ କର୍ତ୍ତୃପକ୍ଷମାନେ ତଦନ୍ତ ଆରମ୍ଭ କରି ହୋଟେଲ୍ କମ୍ପାନିର ପ୍ରତିନିଧିମାନଙ୍କ ସହ ସାକ୍ଷାତ୍ କରିଥିଲେ।
ତଦନ୍ତକାରୀମାନେ ହୋଟେଲ୍ର େଓ୍ଵବ୍ସାଇଟ୍ ଏବଂ ମୋବାଇ ଆପ୍ରୁ ସମସ୍ତ ବିବାଦୀୟ ବିଷୟବସ୍ତୁ ହଟାଇ ଦେବାକୁ ଦାବି କରିଥିଲେ।
ନିଜର ଚାଇନିଜ୍ େଓ୍ଵବ୍ସାଇଟ୍ ଏବଂ ମୋବାଇଲ୍ ଆପ୍ ସପ୍ତାହେ ପାଇଁ ଦିନକ ପରେ ସଙ୍ଘାଇର ସାଇବର୍ ସ୍ପେସ୍ ଆଡ୍ମିନିଷ୍ଟ୍ରାସନ୍ ମେରିଅଟ୍କୁ ଆଦେଶ ଦେଇ କହିଥିଲା।
ମେରିଅଟ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଧ୍ୟକ୍ଷ ଆର୍ଣ୍ଣି ସରେନ୍ସନ୍ ଏହି ଘଟଣା ପାଇଁ କ୍ଷମା ଯାଚନା କରିବା ସହ ଏ ଭଳି ଘଟଣାର ପ୍ରତିରୋଧ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଚୀନ୍ରେ ମେରିଅଟ୍ ୧ ଲକ୍ଷ କୋଠରି ସମ୍ବଳିତ ପ୍ରାୟ ୨୭୦ଟି ହୋଟେଲ୍ ଚଳାଉଛି।