ଏବେ ବିବାହ କର, ପରେ ଟଙ୍କା ଦିଅ; ବିବାହ ପାଇଁ ବିନା ସୁଧରେ ମିଳିବ ଋଣ !

ନୂଆଦିଲ୍ଲୀ: ଭାରତରେ ବିବାହର ଗୁରୁତ୍ବ କେତେ, ତାହା ସମସ୍ତଙ୍କୁ ଜଣା। ଏହି ଦିନଟିକୁ ସ୍ବତନ୍ତ୍ର କରିବା ପାଇଁ ମାତାପିତାମାନେ ନିଜ ଜୀବନ‌ର ସବୁ ସଞ୍ଚୟ ଟଙ୍କାକୁ ଲଗାଇ ଦେଇଥାନ୍ତି। ବଡ଼ ହୋଟେଲ ବା ମଣ୍ଡପ ବୁକିଂ, ବିଭିନ୍ନ ପ୍ରକାରର ଖାଦ୍ୟ ଓ ସାଜସଜ୍ଜା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ବିବାହ ସମୟରେ ଏସବୁ ଖର୍ଚ୍ଚ ବିଷୟରେ ଜଣାପଡ଼ୁନଥିବା ବେଳେ ବିବାହ ପରେ ଖର୍ଚ୍ଚ ହୋଇଥିବା ଟଙ୍କା, ସୁଧ ସହ ସୁଝିବା ପାଇଁ ପରିବାରକୁ ସେତିକି କଷ୍ଟ କରିବାକୁ ପଡେ। ତେବେ ଏହି ସମସ୍ୟା ଦୂର କରିବା ପାଇଁ ଏବେ ଆସିଛି ‘ମ୍ୟାରି ନାଓ, ପେ’ ଲ୍ୟାଟର’ ବ୍ୟବସ୍ଥା। ଅର୍ଥାତ ଆପଣ ଏବେ ବିବାହ ପାଇଁ ଋଣ ନେଇ ପରେ ଏହାକୁ ସୁଝିପାରିବେ।

ସଂକଶ୍, ଏକ ଟ୍ରାଭେଲ୍ ଫାଇନାନ୍ସ ପ୍ଲାଟଫର୍ମ ଯିଏ ବର୍ତ୍ତମାନ ନିଜ ଗ୍ରାହକମାନଙ୍କୁ ‘ମ୍ୟାରି ନାଓ, ପେ’ ଲ୍ୟାଟର’ର ସୁବିଧା ଦେବାକୁ ଯାଉଛି। ଏକ ସାକ୍ଷାତକାରରେ ସଂକଶର ସହ-ପ୍ରତିଷ୍ଠାତା ଅଭିଳାଶା ନେଗି ଦହିଆ କହିଛନ୍ତି ଯେ, “ଭାରତରେ ଆନୁମାନିକ ୪ଟ୍ରିଲିୟନ୍ ଡଲାର ବଜାରରେ ବିବାହ ଚତୁର୍ଥ ବୃହତ୍ତମ ଶିଳ୍ପ ଅଟେ। ଚଳିତ ବର୍ଷ ପ୍ରାୟ ୩୫ଲକ୍ଷ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବେ। ଆମେ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ଜରିଆରେ ଦେଉଥିବା ଋଣ ବ୍ୟାଙ୍କ ଋଣଠାରୁ ଭଲ, କାରଣ ଆମଠାରୁ ଋଣ ନେଲେ ପ୍ରଥମ ୬ମାସ ଲୋକଙ୍କ ସୁଧ ଦେବାକୁ ପଡ଼ିବ ନାହିଁ। ଯଦି କେହି ବର୍ଷକ ପାଇଁ ଋଣ ନିଅନ୍ତି, ତେବେ ସେମାନଙ୍କୁ ପ୍ରତି ମାସରେ ୧ ପ୍ରତିଶତ ସୁଧ ଦେବାକୁ ହେବ।

ସମ୍ବନ୍ଧିତ ଖବର