ଆଜି ରାତିରେ ଚନ୍ଦ୍ର ହେବ ପୃଥିବୀର ଅତି ନିକଟତର, ଦେଖାଯିବ ମଙ୍ଗଳ ଗ୍ରହ; ନାସାର ‘ଲାଇଭ୍‌ ଷ୍ଟ୍ରିମିଙ୍ଗ’ରେ ଦେଖନ୍ତୁ ଏହି ବିରଳ ଦୃଶ୍ୟ…

ନୂଆଦିଲ୍ଲୀ:  ଆଜି ଜୁଲାଇ ୩୧, ମଙ୍ଗଳବାର। ୧୫ ବର୍ଷ ପରେ ଆଜି ରାତିରେ ଚନ୍ଦ୍ର ବା ଜହ୍ନ ହେବ ପୃଥିବୀର ଅତି ନିକଟତର। ପୃଥିବୀ ଠାରୁ ଚନ୍ଦ୍ରର ଦୂରତ୍ୱ ହେଉଛି ୩୫.୮ ମିଲିୟନ ମାଇଲ୍‌। ତେବେ, ଆଜି ରାତିରେ ଚନ୍ଦ୍ର  ପୃଥିବୀର ସବୁଠାରୁ ନିକଟତର ହେବାକୁ ଯାଉଛି । ନାସା ପକ୍ଷରୁ କୁହାଯାଇଛି ଯେ ଏହା ପ୍ରଭାବରେ ଆଜି ରାତିରେ ମଙ୍ଗଳ ଗ୍ରହ ଆହୁରି ଉଜ୍ୱଳତର ହେବା ସହ ଆକାଶରେ ମଙ୍ଗଳ ଦୃଷ୍ଟିଗୋଚର ହେବେ।

ଶେଷଥର ପାଇଁ ୨୦୦୩ରେ ଚନ୍ଦ୍ର ପୃଥିବୀର ନିକଟତର ହୋଇଥିବା ବେଳେ ୧୫ ବର୍ଷ ପରେ ପୁଣି ଥରେ ଆଜି ରାତିରେ ପୃଥିବୀର ନିକଟତର ହେବା ପାଇଁ ଯାଉଛି । ଏହାପରେ ପୁଣିଥରେ ୨୦୩୫ରେ  ଯାଇ ଚନ୍ଦ୍ର ପୃଥିବୀର ନିକଟତର ହେବେ ବୋଲି ନାସା ଆକଳନ କରିଛି। ଦୀର୍ଘ ୧୫ ବର୍ଷ ପରେ ଏହି ବିରଳ ଦୃଶ୍ୟ ଆକାଶରେ ଦେଖାଯିବାକୁ ଥିବା .ବେଳେ ମୌସୁମୀ କାରଣରୁ ଭାରତୀୟ ଆକାଶ ଏବେ ବାଦଲ ଢ଼ଙ୍କା ହୋଇ ରହିବା ସହ ମେଘାଛନ୍ନ ରହୁଛି। ତେଣୁ, ଏପରିସ୍ଥିତିରେ ଆକାଶରେ ଅତି ନିକଟରୁ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ଦେଖିବା ହୁଏତ ସମ୍ଭବପର ହୋଇ ନପାରେ। ତେଣୁ, ଏହାକୁ ଦୃଷ୍ଟିରେ ରଖି ମୋବାଇଲ ଫୋନ୍‌ରେ ଚନ୍ଦ୍ର ଓ ମଙ୍ଗଳଙ୍କୁ ନିକଟରୁ ଦେଖାଇବା ପାଇଁ ନାସା ପକ୍ଷରୁ ‘ଲାଇଭ୍‌ ଷ୍ଟ୍ରିମିଙ୍ଗ’ କରାଯିବାର ବ୍ୟବସ୍ଥା କରାଯାଇଛି।


ଯଦି ଆପଣ ଆପଣଙ୍କ ମୋବାଇଲ ଫୋନ୍‌ରେ ଚନ୍ଦ୍ର ଓ ମଙ୍ଗଳଙ୍କୁ ଦେଖିବାକୁ ଚାହୁଁଛନ୍ତି ତେବେ ନିମ୍ନ ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ ଓ ଦେଖନ୍ତୁ ନାସାର ‘ଲାଇଭ୍‌ ଷ୍ଟ୍ରିମିଙ୍ଗ’ ଜରିଆରେ ଚନ୍ଦ୍ର ଓ ମଙ୍ଗଳଙ୍କୁ ଆପଣଙ୍କ ମୋବାଇଲରେ ।

https://blogs.nasa.gov/Watch_the_Skies/2018/07/30/go-outside-and-see-mars.

LIVE NOW: https://youtu.be/CsqiRUp40Is

ସମ୍ବନ୍ଧିତ ଖବର