ବାୟୁସେନାର ମୁଖ୍ୟଭାବେ ଦାୟିତ୍ବ ଗ୍ରହଣ କରିଲେ ରାକେଶ କୁମାର ସିଂହ ଭଦୌରିଆ

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ରାକେଶ କୁମାର ସିଂହ ଭଦୌରିଆ ଆଜି ନିଜର ପଦଭାର ସମ୍ଭାଳିଛନ୍ତି। ବିଏସ ଧନୋଆ ଅବସର ନେବା ପରେ ଆଜି ରାକେଶ କୁମାର ସିଂହ ଭଦୌରିଆ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି। ଏନଡିଏ ପୁନେର ପୁରାତନ ଛାତ୍ର ରାଫେଲ ଉଡ଼ାଇବାରେ ପ୍ରଥମ ଭାରତୀୟ ଅଧିକାରୀ ହେଲେ ରାକେଶ କୁମାର ସିଂହ ଭଦୌରିଆ । ଏହାଛଡ଼ା ଫ୍ରାନ୍ସ ସହ ଏହି ଚୁକ୍ତି ସ୍ୱାକ୍ଷର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେ । ରାକେଶ କୁମାର ସିଂହ ଭଦୌରିଆ  ୩୬ ରାଫେଲ ବିମାନ କିଣିବା କମିଟର ସଦସ୍ୟ ଥିଲେ ।

ନିଜର ୩୬ ବର୍ଷର ସେବା କାଳରେ ଆରକେଏସ ଭଦୌରିଆ ଅତି ବିଶିଷ୍ଟ ସେବା ପଦକ,ବାୟୁସେନା ମେଡାଲ ଏବଂ ପରମ ବିଶିଷ୍ଟ ସେବା ପଦକ ସମେତ ଅନେକ ସମ୍ମାନ ଲାଭ କରିଛନ୍ତି।

 

ଭଦୌରିଆ ଦକ୍ଷିଣ କମାଣ୍ଡର ଭାବେ ୨୦୧୭ ମାର୍ଚ୍ଚରୁ ଅଗଷ୍ଟ ୧୮ ଯାଏଁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ସେ ଟ୍ରେନିଂ କମାଣ୍ଡରଭାବେ ଦାୟିତ୍ୱ ଭାର ତୁଲାଇଥିଲେ । ଏହାପରେ ଚଳିତ ବର୍ଷ ମଇ ମାସରେ ପଦୋନ୍ନତି ପାଇ ଭାଇସ ଚିଫ ଅଫ ଦ’ଏୟରଷ୍ଟାଫ ପଦରେ କାର୍ଯ୍ୟ କରୁଥିଲେ ।  ଭଦୌରିଆ ଆଗାମୀ ଦୁଇ ବର୍ଷଯାଏଁ ଏହି ନୂତନ ଦାୟିତ୍ବରେ ରହିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର