ପୁଲୱାମା ଆତଙ୍କବାଦୀ ଆକ୍ରମଣ : ଆଧାର କାର୍ଡ, ଘଣ୍ଟା ଏବଂ ୱାଲେଟରୁ ମିଳିଥିଲା ସହିଦ ଯବାନଙ୍କ ପରିଚୟ

ପୁଲୱାମା: ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନଙ୍କ ସହିଦ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତେବେ ଆତଙ୍କୀଙ୍କ ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ସହିଦ ଯବାନଙ୍କ ମଧ୍ୟରୁ ଅଧିକାଂଶଙ୍କ  ମୃତଦେହ ଏତେ କ୍ଷତବିକ୍ଷତ ହୋଇପଡ଼ିଥିଲା କି ସାଥୀ ଯବାନ ଆଧାର କାର୍ଡ, ଛୁଟିର ଆବେଦନ ପତ୍ର  ଏବଂ ସେନାର ପରିଚୟ ପତ୍ରରୁ ହିଁ  ସେମାନଙ୍କୁ ଚିହ୍ନଟ କରିଥିଲେ।

ଅଧିକାରୀଙ୍କ ସୂଚନା ମୁତାବକ, ବିସ୍ଫୋରଣ ପରେ ମୃତଦେହଗୁଡ଼ିକର ଅବସ୍ଥା ଏଭଳି ହୋଇଯାଇଥିଲା କି ସେମାନଙ୍କର ପରିଚୟ ମିଳିବା କଷ୍ଟକର ହୋଇପଡିଥିଲା । ସେମାନଙ୍କ ପକେଟରୁ ମିଳିଥିବା କାଗଜପତ୍ର ଏବଂ ଅନ୍ୟାନ୍ୟ ଜିନିଷରୁ ହିଁ ଚିହ୍ନଟ କରିବା ସମ୍ଭବ ହୋଇଥିଲା । କିଛି ସହିଦଙ୍କର ସାଥୀ ସହକର୍ମୀଙ୍କ ହାତ ଘଣ୍ଟା ଏବଂ ୱାଲେଟରୁ ତାଙ୍କର ଚିହ୍ନଟ କରିଥିଲେ ।

www.ssbcrack.com

ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈସ-ଇ-ମହମ୍ମଦ । ଆତଙ୍କବାଦୀ ଆଦିଲ ଅହମ୍ମଦ ବିସ୍ଫୋରକ ଭର୍ତ୍ତି ଗାଡି ଯବାନଙ୍କ ବସ ସହ ଧକ୍କା କରି ବିସ୍ଫୋରଣ ଘଟାଇ ଥିଲା । ଆଦିଲ ପୁଲୱାମା ଗୁଣ୍ଡିବାଗ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା । ଏଭଳି ଆକ୍ରମଣ ପାଇଁ ଆଦିଲକୁ ଆଫଗାନ ମୁଜାହିଦ୍ଦିନ୍ ଜୈସର ଆତଙ୍କବାଦୀ ଗାଜି ରଶିଦ ଟ୍ରେନିଂ ଦେଇଥିଲା ।

ଏଠାରେ ଆମେ କହି ରଖୁଛୁ କି, ଜାମ୍ମୁ କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାର ତଦନ୍ତ ଆରମ୍ଭ କରିଛି ଏନଆଇଏ ଟିମ୍ ।  ଅନ୍ୟପଟେ ଏହି ହମଲାରେ ସଂପୃକ୍ତି ସନ୍ଦେହରେ ଜମ୍ମୁକଶ୍ମୀର ପୁଲିସ ୭ ଜଣଙ୍କୁ ଥାନାକୁ ଉଠାଇ ଆଣି ପଚରା ଉଚରା କରୁଛି । ଅବନ୍ତୀପୋରା ଓ ପୁଲଓ୍ୱାମାରେ ୭ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ଜେରା କରାଯାଉଛି ।

ସମ୍ବନ୍ଧିତ ଖବର