ନୂଆଦିଲ୍ଲୀ: ରାଜସ୍ଥାନ ଭାରତପୁରର ବାସିନ୍ଦା ସୌରଭ କଟାରା ସେନାର ୨୮ତମ ରାଷ୍ଟ୍ରୀୟ ରାଇଫଲରେ କାର୍ଯ୍ୟ କରୁଥିଲେ । ଜମ୍ମୁ-କଶ୍ମୀରର କୁପଓ୍ଵାଡାରେ ସେ ମୁତୟନ ହୋଇଥିବା ବେଳେ ଗତ ମଙ୍ଗଳବାର ଏକ ବୋମା ବିସ୍ଫୋରଣରେ ସହିଦ ହୋଇଯାଇଥିଲେ।
aajtakଦୁଃଖର ବିଷୟ ହେଲା, ସୌରଭ କଟାରାଙ୍କ ବିବାହ ଡିସେମ୍ବର ୮ ତାରିଖରେ ହୋଇଥିଲା। ଏଥିଲାଗି ଛୁଟିରେ ଥିବା ସୌରଭ ୬ଦିନ ପୂର୍ବରୁ ଅର୍ଥାତ ୧୬ ଡିସେମ୍ବରରେ କୁପଓ୍ଵାଡାରେ କାର୍ଯ୍ୟରେ ଯୋଗ ଦେଇଥିଲେ। ୨୪ ତାରିଖରେ ତାଙ୍କ ଜନ୍ମଦିନ ଥିଲା। ତେଣୁ ପୂରା ପରିବାର ତାଙ୍କର ଜନ୍ମଦିନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଶୁଭେଚ୍ଛା ଜଣାଇବା ସହିତ ଭଗବାନଙ୍କ ନିକଟରେ ଦୀର୍ଘଜୀବନ କାମନା କରି ସୌରଭଙ୍କୁ ଫୋନ୍ ଲଗାଇଥିଲେ ପରିବାରବର୍ଗ। କିନ୍ତୁ ସୌରଭଙ୍କ ଫୋନ୍ ଲାଗି ନ ଥିଲା।
aajtakକିଛି ସମୟ ପରେ ପରିବାର ଲୋକଙ୍କ ଫୋନ୍ ବାଜି ଉଠିଥିଲା। ସୌରଭଙ୍କ ପତ୍ନୀ ପୁନମ ଦେବୀ ଖୁସିରେ ସ୍ୱାମୀ ଫୋନ୍ କରିଥିବେ ଭାବି ଫୋନ୍ ପାଖକୁ ଧାଇଁ ଯାଇଥିଲେ। କିନ୍ତୁ ଫୋନ୍ ଧରିବା ପରେ ସେ ସେଥିରୁ ଯେଉଁ ସମ୍ବାଦ ସେ ଶୁଣି ଥିଲେ ତାହା ତାଙ୍କୁ ଜୀଅନ୍ତା ଶବ ଭଳି କରି ଦେଇଥିଲା। ସଙ୍ଗେସଙ୍ଗେ ସୌରଭଙ୍କ ମାତା ଓ ପିତା ବୋହୂ ପାଖକୁ ଧାଇଁ ଆସି ତାଙ୍କ ହାତରୁ ଫୋନ୍ ଛଡ଼ାଇ ନେଇ କ’ଣ ହୋଇଛି ବୋଲି ପଚାରିବାରୁ ଉତ୍ତର ଆସିଥିଲା- ଆପଣଙ୍କ ପୁଅ ସହିଦ ହୋଇ ଯାଇଛନ୍ତି।
aajtakଏହି ଖବର ସତ ହୋଇ ପାରେ ନାହିଁ ବୋଲି ଭୋ ଭୋ ହୋଇ କାନ୍ଦି ଉଠି ଥିଲେ ସହିଦ ସୌରଭଙ୍କ ପରିବାର। ଏହାପରେ ସହିଦ ସୌରଭ କଟାରାଙ୍କ ପାର୍ଥିବ ଶରୀର ତାଙ୍କ ଘରେ ଆସି ପହଞ୍ଚିଥିଲା।
ଗାଁର ପୁଅକୁ ଅନ୍ତିମ ବିଦାୟ ଦେବା ପାଇଁ ହଜାରହଜାର ଲୋକ ସୌରଭଙ୍କ ପାର୍ଥିବ ଶରୀର ପାଖରେ ଉପସ୍ଥିତ ରହିଥିଲେ। ଅନ୍ତିମ ବିଦାୟ ପରେ ମନେ ହେଉଥିଲା ସୌରଭଙ୍କୁ ତାଙ୍କ ଜନ୍ମମାଟିର ପାଣି, ପବନ, ଗଛଲତା ଯେପରି ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Jawan_Thumb.jpg)