ସହିଦ ରାଇଫଲମ୍ୟାନ୍‌ଙ୍କ ପତ୍ନୀ ସେନାରେ ଦେଲେ ଯୋଗ, ଝିଅର ଇଚ୍ଛା ପାଇଁ ନେଲେ ଏଭଳି ନିଷ୍ପତ୍ତି

ଜମ୍ମୁ: ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାର ବାରି ବ୍ରହ୍ମାନା କସେଓ୍ଵର ନିରୁ ଶାମବ୍ୟାଲ ଲ୍ୟାଫଟେଣ୍ଟ ଆର୍ମିରେ ଯୋଗ ଦେଇଛନ୍ତି। ନିରୁଙ୍କ ସ୍ୱାମୀ ରାଇଫଲମ୍ୟାନ ରବୀନ୍ଦ୍ର ଶାମବ୍ୟାଲ ୨୦୧୫ ମଇ ୨ରେ ରେଜିମେଣ୍ଟ ସହିତ ଡ୍ରିଲ ସମୟରେ ସହିଦ ହୋଇ ଯାଇଥିଲେ। କଲେଜରେ ଏନ୍‌ସିସିର ସି ସାର୍ଟିଫିକେଟ ପ୍ରାପ୍ତ କରିଥିବା ନିରୁ ସେପ୍ଟେମ୍ବର ୯ତାରିଖରେ ଆର୍ମି ଆର୍ଡିନେନ୍ସ କୋରରେ ଲେଫଟେଣ୍ଟ ଭାବେ କାର୍ଯ୍ୟ ଭାର ହାତକୁ ନେଇଛନ୍ତି। ସେ ୨୦୧୭ସେ ସେନାରେ ପରୀକ୍ଷା ଦେଇଥିଲେ ଓ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରେ ଟ୍ରେନିଂ ଶେଷ କରିଥିଲେ।

ନିରୁଙ୍କ କହିବାନୁସାରେ, ‘୨୦୧୫ ମଇ ୨ ତାରିଖରେ ସ୍ୱାମୀଙ୍କୁ ହରାଇ ଥିଲି, ସେହି ଦିନ ମୋ ପାଇଁ କିଭଳି ଦୁଃଖଦ ମୁହୂର୍ତ୍ତ ଥିଲା ତାହାକୁ ମୁଁ ଶବ୍ଦରେ କହି ପାରିବି ନାହିଁ। ସ୍ୱାମୀ ଗଲା ପରେ ମୁଁ କ’ଣ କରିବି କ’ଣ ନାହିଁ କିଛି ବୁଝି ବିଚାରି ପାରି ନଥିଲି। ଧୀରେ ଧୀରେ ନିଜକୁ ସମ୍ଭାଳିବା ଶିଖି ଯାଇଥିଲି। ସେନାରେ ଯୋଗ ଦେବା ପାଇଁ ସ୍ଥିର କରିଥିଲି। ଏଥିପାଇଁ ମୋ ଝିଅ ବି ମୋତେ ବହୁତ ମୋତେ ପ୍ରେରିତ କରିଛି।’

ନିରୁ ରାଜପୁତ ପରିବାର ଝିଅ, ସେନାରେ ଯୋଗ ଦେବାଟା ତାଙ୍କ ପାଇଁ ଏତେ ସହଜ ନଥିଲା। ସାମାଜିକ କିଛି ବନ୍ଧନ ତାଙ୍କ ସାମ୍ନାରେ ଆସି ଛିଡା ହୋଇଥିଲା, କିନ୍ତୁ ତାଙ୍କ ଶାଶୁ ଓ ଶ୍ୱଶୁର ଏସବୁର ସମାଧାନ କରି ଦେଇଥିଲେ।

ସମ୍ବନ୍ଧିତ ଖବର