ଆସନ୍ତା ମେ ୨୯ରେ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରେ ଯୋଗଦେବେ ପୁଲୱାମା ସହିଦଙ୍କ ପତ୍ନୀ

ଡେରାଡୁନ: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୁତି ଶଙ୍କର ଢୋଣ୍ଡିଆଲଙ୍କ ପତ୍ନୀ ନିକିତା ଢୋଣ୍ଡିଆଲ ଆସନ୍ତା ମେ ୨୯ରେ ସେ ବିଦ୍ଧିବଧ ଭାବେ ସେନା ପୋଷାକ ପିନ୍ଧି ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରେ ଯୋଗଦେବେ ।

ପ୍ରକାଶିତ ରିପୋର୍ଟ ମୁତାବକ, କାଶ୍ମୀରର ପୁଲୱାମାରେ ୨୦୧୯ ଫେବୃଆରି ୧୮ରେ ଆତଙ୍କବାଦୀ ଆକ୍ରମଣରେ ଡେହରାଡୁନର ବାସିନ୍ଦା ମେଜର ବିଭୁତି ଢୋଣ୍ଡିଆଲ ସହିଦ ହୋଇଥିଲେ । ଏହା ପରେ ନିକିତା ତାଙ୍କ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ଦେଶ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ ଗତବର୍ଷ ଆହ୍ଲାବାଦରେ ମହିଳା ଏଣ୍ଟ୍ରି ସ୍କିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମିରେ ତାଲିମ ନେଉଥିଲେ । ସମ୍ପ୍ରତି ନିକିତାଙ୍କ ତାଲିମ ଶେଷ ହୋଇଯାଇଛି। ସେ ଲେଫ୍ଟନାଣ୍ଟ ଭାବରେ ସେନାରେ ଯୋଗଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି । ଏହା ଏକ ଭଲ ଖବର ଥିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ମଧ୍ୟ।

Nikita Kaul, Wife of Martyred Major Vibhuti Dhoundiyal, All Set to Join Indian Army | 📰 LatestLY
LatestLY

ଗତ ବର୍ଷ ଆହ୍ଲାବାଦରେ ମହିଳା ଏଣ୍ଟ୍ରି ସ୍କିମ୍ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ମେଜର ବିଭୁତି ଶଙ୍କର ଢୋଣ୍ଡିଆଲଙ୍କ ପତ୍ନୀ ନିକିତା ଢୋଣ୍ଡିଆଲ ଦେଇଥିଲେ। ଆଉ ସଫଳ ବି ହୋଇଥିଲେ। ନିକିତାଙ୍କୁ ୨୯ରେ ପାସ୍ ଆଉଟ କରାଯିବ । ଏହି ଉତ୍ସବରେ ତାଙ୍କ ପିତାଙ୍କୁ ଛାଡିଦେଲେ ଅନ୍ୟ କେହି ସାମିଲ ହୋଇପାରିବେ ନାହିଁ ବୋଲି ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ ନୌଟିୟାଲ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର