ଇସଲାମାବାଦ: ଉଭୟ ଭାରତ ଏବଂ ପାକିସ୍ତାନ ଏକତ୍ର ସ୍ବାଧୀନତା ହାସଲ କରିଥିଲେ। ହେଲେ ଆଜିକା ଦିନରେ ଭାରତ ପାକିସ୍ତାନଠାରୁ ଢ଼େର ଆଗରେ ରହିଛି। ପାକିସ୍ତାନର ଅର୍ଥନୀତି ଭୁଶୁଡିବା ଉପରେ ଥିବା ବେଳେ ଭାରତ ଏବେ ବିକଶିତ ଦେଶ ହେବା ଦିଗରେ ଆଗେଇ ଚାଲିଛି। ମୁଦ୍ରାସ୍ଫୀତି କାରଣରୁ ବର୍ତ୍ତମାନ ପାକିସ୍ତାନକୁ ନେଇ ସାରା ବିଶ୍ବରେ ଆଲୋଚନା ଚାଲିଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ପାକିସ୍ତାନରେ ଅନେକ ଜିନିଷର ମୂଲ୍ୟ ଭାରତଠାରୁ ଦୁଇଗୁଣ ହୋଇଛି।

Advertisment

ଆପଣ ନିଶ୍ଚିତ ଭାବରେ ଖବରକାଗଜରେ ଓ ଟିଭିରେ ଦେଖିଥିବେ ଯେ ପାକିସ୍ତାନରେ ମଇଦା, ତେଲ, ଚିନିର ମୂଲ୍ୟ ବହୁତ ଅଧିକ ହୋଇଛି ଏବଂ ଏହି ଦୈନନ୍ଦିନ ସାମଗ୍ରୀ ମଧ୍ୟ ସାଧାରଣ ଲୋକଙ୍କ ପାଇଁ କିଣିବା କଷ୍ଟକର ହୋଇପଡ଼ିଛି। ପୂର୍ବରୁ ପାକିସ୍ତାନରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟର ତାଲିକା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏବେ ସେଠାରେ ମିଳୁଥିବା ମାରୁତି ଅ‌ଲ୍ଟୋ କାରର ମୂଲ୍ୟ ସାମ୍ନାକୁ ଆସିଛି।

ଯଦି ଆମେ ଭାରତ ବିଷୟରେ କଥା କହିବା, ତେବେ ମାରୁତି ଅଲ୍ଟୋ କାରର ବିଭିନ୍ନ ମଡେଲର ମୂଲ୍ୟ ୪.୪ ଲକ୍ଷରୁ ଆରମ୍ଭ ହୋଇ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ହେଉଛି କାରର ଏକ୍ସ-ଶୋ’ରୁମ୍ ମୂଲ୍ୟ ଏବଂ ଏହା ବ୍ୟତୀତ କିଛି ଟ୍ୟାକ୍ସ ଏବଂ ବୀମା ପରେ ମୂଲ୍ୟ ବଢ଼ିପାରେ। ତେବେ ଭାରତରେ ଆପଣ ୪-୫ଲକ୍ଷ ଭିତରେ ଏକ ମାରୁତି ଅଲଟୋ କାର କିଣିପାରିବେ। ହେଲେ ପାକିସ୍ତାନରେ ଏହା ସମ୍ଭବ ନୁହେଁ।

publive-image

ଯଦି ଆମେ ପାକିସ୍ତାନରେ ଅଲ୍ଟୋ କାର୍ ମୂଲ୍ୟକୁ ଦେଖିବା, ତେବେ ପାକିସ୍ତାନୀ ମୁଦ୍ରା ଅନୁଯାୟୀ, ସେଠାରେ ଏହି କାରର ମୂଲ୍ୟ ବହୁତ ଅଧିକ। ଅନେକ ପାକିସ୍ତାନୀ ୱେବସାଇଟ୍ ଅନୁଯାୟୀ, ଅଲ୍ଟୋ ଭିଏକ୍ସ ମୂଲ୍ୟ ପାକିସ୍ତାନରେ ୨,୨୫୧,୦୦୦ ଟଙ୍କା ରହିଛି। ଏହା ବ୍ୟତୀତ ଅଲ୍ଟୋ ଭିଏକ୍ସଆର କାରର ମୂଲ୍ୟ ୨,୬୧୨,୦୦୦ ଟଙ୍କାରେ, ଅଲ୍ଟୋ ଭିଏକ୍ସଆର-ଏଜିଏସ କାରର ମୂଲ୍ୟ ୨,୭୯୯,୦୦୦ ଟଙ୍କାରେ, ଆଲ୍ଟୋ ଭିଏକ୍ସଏଲ-ଏଜିଏସ କାର ୨,୯୩୫,୦୦୦ ଟଙ୍କାରେ ଉପଲବ୍ଧ। ଏହାକୁ ଦେଖିଲେ ପାକିସ୍ତାନରେ ଅଲ୍ଟୋ କାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି।

ତେବେ ଭାରତ ଏବଂ ପାକିସ୍ତାନର ମୁଦ୍ରା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଭାରତର ୧ଟଙ୍କା ପାକିସ୍ତାନରେ ୩ଟଙ୍କା ୪୭ପଇସା ସହିତ ସମାନ। ସେହି ହିସାବରେ କାରର ମୂଲ୍ୟଗୁଡ଼ିକ ଅଧିକ ରହିଛି।