ମୋଦୀଙ୍କ ଆର୍ଥିକ ମଡେଲ୍‌କୁ ଅନୁସରଣ କରିବେ ମରିୟମ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବର୍ତମାନ ଅନେକ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟଶୈଳୀ, ଆର୍ଥିକ ନୀତିର ସମର୍ଥକଙ୍କ ସଂଖ୍ୟା ଦେଶବିଦେଶରେ ବଢ଼ିବାରେ ଲାଗିଛି। ଏହି ତାଲିକାରେ ବର୍ତମାନ ପାକିସ୍ତାନର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ମରିୟମ୍‌ ନୱାଜ ଯୋଡ଼ି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅର୍ଥନୈତିକ ମଡେଲ୍‌ରେ ବେଶ୍‌ ପ୍ରଭାବିତ ହୋଇ ଅନୁରୂପ ମଡେଲ୍‌ ତାଙ୍କ ପଞ୍ଜାବ ଅଞ୍ଚଳରେ ପ୍ରୟୋଗ କରିବେ ବୋଲି ଘୋଷଣା କରିଛନ୍ତି। ଏହି ମଡେଲ୍‌ ଦ୍ବାରା ପଞ୍ଜାବ ରାଜ୍ୟକୁ ପାକିସ୍ତାନର ଏକ ଆର୍ଥିକ ହବ୍‌ରେ ପରିଣତ କରିପାରିବେ ବୋଲି ମରିୟମ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ପଞ୍ଜାବ ରାଜ୍ୟରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଛି। ଅଞ୍ଚଳର ବିରୋଧୀ ଦଳର ଅନ୍ୟତମ ନେତା ଅମଜାଦ ଆୟୁବ୍‌ ମିର୍ଜା ପାକିସ୍ତାନର ପଞ୍ଜାବରେ ମୋଦୀ ମଡେଲ୍‌ ପ୍ରୟୋଗର ସଫଳତା ନେଇ ସନ୍ଦେହ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର