ଢ଼ାକା: ବାଂଲାଦେଶ ସାଧାରଣ ନିର୍ବାଚନରେ ପୁଣି ଜଣେ କ୍ରିକେଟିୟର ସାଂସଦଭାବେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ମୁସାରଫ ମୋର୍ତାଜା ରେକର୍ଡ ସଂଖ୍ୟକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପୁଲିଂ ହୋଇଥିବା ଭୋଟ୍ର ପ୍ରାୟ ୯୬ ପ୍ରତିଶତ ଭୋଟ୍ ମୁର୍ତାଜାଙ୍କୁ ମିଳିଥିବା ବେଳେ ତାଙ୍କର ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କ ଅମାନତ ଜବତ ହୋଇଛି।
ସୂଚନାଯୋଗ୍ୟ ଯେ ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ବାଂଲାଦେଶ ଆଓ୍ଵାମୀ ଲିଗ୍ ଲ୍ୟାଣ୍ଡସ୍ଲାଇଡ଼୍ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ବାଂଲାଦେଶ ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ମୁସାରଫ ମୋର୍ତାଜା ଆଓ୍ଵାମୀ ଲିଗ୍ର ଜଣେ ପାର୍ଥୀଭାବେ ନରୈଲ-୨ ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହୋଇଥିଲେ। ତେବେ ଏହି ନିର୍ବାଚନରେ ମୋର୍ତାଜା ୨୭୪୪୧୮ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଏଜେଡ୍ଏମ ଫରିଜୁଦ୍ଦମାନ ମାତ୍ର ୮ହଜାର ୬ ଖଣ୍ଡ ଭୋଟ୍ ପାଇଛନ୍ତି। ମୋର୍ତାଜା ସାଂସଦ ଭାବେ ନିର୍ବାଚିତ ହେବା ପରେ ସେ ଦେଶର ଦ୍ୱିତୀୟ କ୍ରିକେଟ ଅଧିନାୟକ ଯିଏ ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି ତାଙ୍କ ପୂର୍ବରୁ ନଇମୁର ରହେମାନ ଦୁର୍ଜୟ ପ୍ରଥମ କିକ୍ରେଟ ଅଧିନାୟକ ଭାବେ ବାଂଲାଦେଶ ରାଜନୀତିରେ ପ୍ରବେଶ କରି ବିଜୟୀ ହୋଇଥଲେ। ତେବେ ଅବସରପରେ ନଇମୁର ରହେମାନ ରାଜନୀତିକୁ ଆସିଥିବା ବେଳେ ମୁର୍ତାଜା କ୍ରିକେଟ ଖେଳ ସହିତ ସକି୍ରୟ ଥିବା ବେଳେ ସାଂସଦ ଭାେବେ ନିର୍ବାଚିତ ହୋଇଛନ୍ତି।
ବାଂଲାଦେଶ ସାଧାରଣ ନିର୍ବାଚନ: ରେକର୍ଡ ଭୋଟ୍ ବ୍ୟବଧାନରେ ଜିଣିଲେ ଦିନିକିଆ କ୍ରିକେଟ ଅଧିନାୟକ ମୁସାରଫ ମୋର୍ତାଜା
/sambad/media/post_attachments/wp-content/uploads/2018/12/Mortaza_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)