ହାଇଦ୍ରାବାଦ: ସାମ୍ପ୍ରଦାୟିକ ଭେଦଭାବକୁ ଦୂର କରିବାକୁ ପାଇଁ ହାଇଦ୍ରାବାଦର ଏକ ମସଜିଦ୍ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ମସଜିଦ ପକ୍ଷରୁ ସେପ୍ଟେମ୍ବର ୩୦ରେ ମୁସଲମାନ୍ ଧାର୍ମିକସ୍ଥଳର ଦ୍ୱାର ସମସ୍ତ ଧର୍ମର ଲୋକଙ୍କ ପାଇଁ ଖୋଲି ଦିଆଯାଇଛି। ଏହାର ଉଦ୍ଦେଶ୍ୟ ବିଭିନ୍ନ ଧର୍ମ ମଧ୍ୟରେ ଥିବା ସାମ୍ପ୍ରଦାୟିକ ଭେଦଭାବକୁ ଦୂର କରିବା ସହିତ ଶାନ୍ତି ଓ ଭାଇଚାରାକୁ ବୃଦ୍ଧି କରିବା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଏକ ସମୂହ ଭାରତରେ ମୁସଲମାନ୍ ସମୁଦାୟର ମୂଲ୍ୟ ଓ ସଂସ୍କୃତିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ପ୍ରସ୍ତାବ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ମସଜିଦ୍-ଏ-ରହମନ୍ -ଆଲମଙ୍କ ଦ୍ୱାର ସମସ୍ତ ଧର୍ମାବଲମ୍ବୀଙ୍କ ପାଇଁ ଖୋଲି ଦିଆଯାଇଛି। ଏଠାରେ କେବଳ ଯେ ଲୋକେ ପରସ୍ପରକୁ ଭେଟିବେ ତାହା ନୁହେଁ ଇସ୍ଲାମିକ୍ ମୂଲ୍ୟବୋଧ ଓ ସଂସ୍କୃତି ବିଷୟରେ ନିଜର ରାୟ ବି ଦେବେ। ଏହି ପଦକ୍ଷେପର ନାମ ‘ମେରି ମସଜିଦ୍ ମେଁ ଆଇଏ’ ନାମ ରଖାଯାଇଛି। ଏଥିସହ ଏଠାରେ ଅାଗ୍ରହୀ ଲୋକଙ୍କୁ ନମାଜ ପାଠ ଶିକ୍ଷା ଦିଅାଯିବ ବୋଲି ଜଣାପଡ଼ିଛି।