ଫ୍ରାନ୍ସରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ

ପ୍ୟାରିସ : ଫ୍ରାନ୍ସରେ ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ । ଏପରି ଘୋଷଣା କରିଛନ୍ତି ଫ୍ରାନ୍ସ ସରକାର । ଆମେରିକା ପରେ ୨ୟ ଦେଶ ଭାବେ ଫ୍ରାନ୍ସ ଏପରି ଘୋଷଣା କରିଛନ୍ତି ।

ଫ୍ରାନ୍ସରେ ଏବେ ଦୈନିକ ସଂକ୍ରମଣ କମୁଥିବାରୁ ଫ୍ରାନ୍ସ ସରକାର କେତେକ କୋଭିଡ କଟକଣାକୁ କୋହଳ କରିଛନ୍ତି । ଗତ ୮ ମାସ ଧରି ଚାଲିଥିବା ରାତ୍ରକାଳୀନ କର୍ଫ୍ୟୁକୁ ଉଠାଇଦିଆଯାଇଛି । ଆସନ୍ତା ରବିବାରଠାରୁ କର୍ଫ୍ୟୁ ହଟିଯିବ । ଏହା ସହିତ ସବୁବେଳେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରାଯାଇଛି । କେବଳ ଅତି ଜନଗହଳି ହେଉଥିବା ସ୍ଥାନ ଯେପରିକି ଷ୍ଟାଡିୟମ, ବଜାରରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏ ସମ୍ପର୍କରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଘୋଷଣା କରିଛନ୍ତି ।

ଗତ ମାର୍ଚ୍ଚ ଏପ୍ରିଲମାସରେ ଫ୍ରାନ୍ସରେ କରୋନାର ୨ୟ ଲହର ସର୍ବୋଚ୍ଚ ଶିଖରକୁ ଛୁଇଁଥିଲା ।ସେତେବେଳେ ଦିନକୁ ପ୍ରାୟ ୩୫ ହଜାର ମାମଲା ଆସୁଥିଲା । କିନ୍ତୁ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୩୯୦୦କୁ ଖସିଆସିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

 

ସମ୍ବନ୍ଧିତ ଖବର