କୋଚି : କେରଳରେ ପୁଣି କରୋନା ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ସମସ୍ତ ସାର୍ବଜନୀନ ସ୍ଥାନ, କର୍ମକ୍ଷେତ୍ର ଏବଂ ସମାବେଶରେ ଲୋକଙ୍କ ପାଇଁ ମୁହଁ ମାସ୍କ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜାନୁଆରୀ ୧୨ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସାମାଜିକ ଦୂରତା ସୁନିଶ୍ଚିତ କରିବା ସହ ଅନ୍ୟ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ସମ୍ଭାବ୍ୟ ଭୂତାଣୁ ଆକ୍ରମଣରୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର ପାଇଁ ବ୍ୟବସ୍ଥା କରିବାକୁ ସରକାର ଦୋକାନ, ପ୍ରେକ୍ଷାଳୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସମଗ୍ର ଦେଶରେ କରୋନା ମାମଲାରେ ସମ୍ଭାବ୍ୟ ବୃଦ୍ଧି କୁ ନେଇ ଚିନ୍ତା ମଧ୍ୟରେ ଏହି ଆଦେଶ ଜାରି କରାଯାଇଛି । ଜାନୁଆରୀ ୧୨ରୁ ରୁ ୩୦ଦିନ ପାଇଁ ରାଜ୍ୟର ସମସ୍ତ ସ୍ଥାନରେ ଏହି ଆଦେଶ କାର୍ଯ୍ୟକାରୀ ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/covid-2.jpg)