ନୂଆଦିଲ୍ଲୀ : ଗତ ଦୁଇ ବର୍ଷ ଧରି ଲାଗି ରହିଥିବା କୋଭିଡ ମହାମାରୀର ପ୍ରଥମ ଏବଂ ମୁଖ୍ୟ ସତର୍କତା ଭାବେ ମାସ୍କକୁ ସବୁଠାରୁ ଅଧିକ ଗୁରୁତ୍ଵ ଦିଆଯାଇଥିଲା। ମାସ୍କ୍ ନ ପିନ୍ଧିବା ଏକ ଦଣ୍ଡନୀୟ ଅପରାଧ ମଧ୍ୟ ରହିଥିଲା। ତେବେ ମହାମାରୀରେ ସାମାନ୍ୟ ସୁଧାର ଆସିଥିବାବେଳେ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ମାସ୍କକୁ ନେଇ କଟକଣା ହଟାଇଛନ୍ତି। ଏହି ରାଜ୍ୟ ଗୁଡିକରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ରାଜ୍ୟ ସରକାର କହିଛନ୍ତି। କିନ୍ତୁ ଯେଉଁମାନଙ୍କର ଲକ୍ଷଣ ରହିଛି, ସେମାନେ ମାସ୍କ ପିନ୍ଧିବା ଜାରି ରଖିବା ଉଚିତ୍ ବୋଲି ନିର୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରେ କୋଭିଡ ମହାମାରୀର ସ୍ଥିର ହ୍ରାସକୁ ଦୃଷ୍ଟିରେ ରଖି ଏପ୍ରିଲ୍ ପହିଲାରୁ ସମସ୍ତ କୋଭିଡ କଟକଣାକୁ ସଂପୂର୍ଣ ହଟାଯାଇଥିଲେ ମଧ୍ୟ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। ଅନ୍ୟପକ୍ଷେ ଓମିକ୍ରନର ବିଏ.୨ ପ୍ରଜାତି ସମଗ୍ର ବିଶ୍ୱରେ ପୁଣିଥରେ ଚିନ୍ତା ବଢାଇଛି। ଚୀନର ଅନେକ ପ୍ରମୁଖ ସହରଗୁଡ଼ିକ ପୁଣି ଥରେ ଲକଡାଉନରେ ଥିବାବେଳେ ଦେଶରେ ମାସ୍କ୍ ହଟାଇବା କେତେ ଦୂର ଯୁକ୍ତିଯୁକ୍ତ ତାହା ନେଇ ପ୍ରଶ୍ନ ଉଠିଛି।
ଦିଲ୍ଲୀ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁ
/sambad/media/post_attachments/wp-content/uploads/2022/03/covid-rre.jpg)