ଲାହୋର : ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ତଥା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ନେଇ ବଡ ଖବର ଆସିଛି । ଆଫଗାନିସ୍ତାନରେ ଥିବାବେଳେ ତାକୁ ହୃଦଘାତ ହୋଇଥିବା ଖବର ମିଳିଛି । ଏହାପରେ ତାଙ୍କୁ ଗୋପନରେ ପାକିସ୍ତାନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ମାସୁଦ ଆଝାର ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶରେ ଲୁଚି ରହିଥିଲା। ଏଠାରେ ତାହାର ହୃଦଘାତ ହୋଇଥିଲା। ଏହା ପରେ ତାକୁ ଆଫଗାନିସ୍ତାନରୁ ପାକିସ୍ତାନ ନିଆଯାଇଥିଲା। ସେ ଏବେ କରାଚିର ମିଳିତ ସାମରିକ ହସ୍ପିଟାଲରେ ଭର୍ତ୍ତି ହୋଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା କେମିତି ଅଛି ସେ ନେଇ କୌଣସି ଅପଡେଟ୍ ନାହିଁ।
ମାସୁଦ ଆଝାର ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶରେ ଲୁଚି ରହିଥିଲା। ଏଠାରେ ତାହାର ହୃଦଘାତ ହୋଇଥିଲା। ଏହା ପରେ ତାକୁ ଆଫଗାନିସ୍ତାନରୁ ପାକିସ୍ତାନ ନିଆଯାଇଥିଲା। ସେ ଏବେ କରାଚିର ମିଳିତ ସାମରିକ ହସ୍ପିଟାଲରେ ଭର୍ତ୍ତି ହୋଇଛି।
ସୂତ୍ରରୁ ପ୍ରକାଶ ଯେ ଆଝାରର ଚିକିତ୍ସା ପାଇଁ ଇସଲାମାବାଦରୁ ହୃଦରୋଗ ବିଶେଷଜ୍ଞମାନେ ମଧ୍ୟ କରାଚିରେ ପହଞ୍ଚୁଛନ୍ତି। ଆତଙ୍କବାଦୀ ମୌଲାନା ମାସୁଦ ଆଝାରକୁ ଖୋଷ୍ଟ ପ୍ରଦେଶରୁ ଗୋର୍ବାଜ ଅଞ୍ଚଳ ଦେଇ ପାକିସ୍ତାନ ପଠାଯାଇଥିଲା। ଖୁବ୍ ଶୀଘ୍ର ତାଙ୍କୁ ରାଓ୍ଵଲପିଣ୍ଡିର ସବୁଠାରୁ ବଡ଼ ଏବଂ ଅତ୍ୟାଧୁନିକ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।
ଡିସେମ୍ବର ୧୯୯୯ରେ କାଠମାଣ୍ଡୁରୁ କାନ୍ଦାହାର ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଆଇସି-୮୧୪ ଅପହରଣ ଘଟଣାରେ ଯାତ୍ରୀଙ୍କ ବଦଳରେ ମାସୁଦ ଆଝାରକୁ ମୁକ୍ତ କରିଥିଲେ ଭାରତ ସରକାର । ମୁକ୍ତ ହେବାପରେ ମାସୁଦ ଆଝାର ଜୈଶ-ଏ-ମହମ୍ମଦ (ଜେଇଏମ୍)ର ପ୍ରତିଷ୍ଠା କରିଥିଲା। ତାକୁ ମଧ୍ୟ ଆମେରିକା ଓ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/26/GsdFRoDSwSS8tHv4NafI.jpeg)