ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଅବସ୍ଥିତ ନଅଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଦେଇଥିଲେ।

Advertisment

ଭାରତର ଏହି ଶକ୍ତିଶାଳୀ ଆକ୍ରମଣରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ଏବଂ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଆଝାରର ସମ୍ପୂର୍ଣ୍ଣ ପରିବାର ଧ୍ବଂସ ପାଇ ଯାଇଥିଲା।ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମସୁଦ ଇଲିଆସ୍ କାଶ୍ମୀରୀ ଆତଙ୍କବାଦୀ ମସୁଦ ଆଝାରର ପରିବାରକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। 

ମସୁଦ ଇଲିଆସ୍ କହିଛନ୍ତି, ‘ ଭାରତ ମଇ୭ ତାରିଖରେ ବାହାୱାଲପୁର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମସୁଦ ଆଝାରର ପରିବାର ଖଣ୍ଡଖଣ୍ଡ ହୋଇଯାଇଥିଲା। ୧୪ ସଦସ୍ୟ ଆଖି ପିଛୁଳାକେ ଧ୍ବଂସ ପାଇ ଯାଇଥିଲେ। ଏହି ଘଟଣାରେ ମସୁଦ ଖବୁ କଷ୍ଟ ପାଇଛି। ଆଜି ପର୍ଯ୍ୟନ୍ତ ସେ ଏ କଷ୍ଟରୁ ବାହାରି ପାରୁ ନାହିଁ। ଅପରେସନ ସିନ୍ଦୂର ପରେ ପରିବାରକୁ ହରାଇ ଭୋଭୋ ହୋଇ କାନ୍ଦିଥିଲା ମସୁଦ।’

ବାହାୱାଲପୁର ପାକିସ୍ତାନର ପଞ୍ଜାବରେ ଅବସ୍ଥିତ। ଏଠାରେ ମର୍କଜ ସୁଭାନ ଆଲ୍ଲାହ ନାମକ ଏକ ମସଜିଦ ଅଛି, ଯେଉଁଥିରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ରହିଛି। ଭାରତୀୟ ସେନା ଅପରେସନ ସିନ୍ଦୂର ସମୟରେ ଜୈଶର ମୁଖ୍ୟାଳୟ ସମେତ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। 

ଭାରତର ଏହି ଆକ୍ରମଣରେ ଆତଙ୍କବାଦୀମାନେ ବହୁ କ୍ଷତି ସହିଛନ୍ତି। ଜୈଶର ସମ୍ପୂର୍ଣ୍ଣ ଘାଟି ଧ୍ୱଂସ ପାଇଯାଇଛି। ମାସୁଦ ଆଝାରର ପରିବାର ମଧ୍ୟ ଏହି ଜୈଶ ଘାଟିରେ ରହୁଥିଲେ। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ ଏକ ପ୍ରେସ ବ୍ରିଫିଂରେ ନିଶ୍ଚିତ କରିଥିଲେ ଯେ ଭାରତ ବିରୋଧରେ ହୋଇଥିବା ଆକ୍ରମଣ ଜୈଶର ମୁଖ୍ୟାଳୟରୁ ଯୋଜନା କରାଯାଇଥିଲା।