ମାସୁଦ ଆଝାର ବଞ୍ଚିଛି ! ଭାରତୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟ

ନୂଆଦିଲ୍ଲୀ : ଜୁନ ୨୩ ରବିବାରଦିନ ପାକିସ୍ତାନର ରାଓ୍ଵଲପିଣ୍ଡିସ୍ଥିତ ଉଚ୍ଚସୁରକ୍ଷା ସଂପନ୍ନ ସେନା ହସପିଟାଲରେ ହୋଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣ ସଂପର୍କରେ ଏପର୍ଯ୍ୟନ୍ତ ସଠିକ ଖବର ମିଳିପାରିନାହିଁ । ଏହି ବୋମା ବିସ୍ଫୋରଣ ସମୟରେ ଉକ୍ତ ହସପିଟାଲରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ଚିକିତ୍ସିତ ହେଉଥିଲା । ଏଣୁ ସେ ଆହତ ହୋଇଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହି ଖବର ଠିକ ନୁହେଁ ବୋଲି ଜଣାପଡିଛି ।

ମାସୁଦ ଆଝାର ସୁରକ୍ଷିତ ରହିଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି । ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନୀ ସେନା ହସପିଟାଲରେ ଶକ୍ତିଶାଳୀ ବିସ୍ଫୋରଣ ହେବା କଥା ସତ୍ୟ, ଏହା ମଧ୍ୟ ସତ୍ୟ ଯେ ମାସୁଦ ଆଝାର ସେ ସମୟରେ ନିଜର ଡାୟାଲିସିସ କରୁଥିଲା । କିନ୍ତୁ ଠିକ ସମୟରେ ତାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଥିଲା । ଗୁଇନ୍ଦା ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡିଛି ଯେ ବାଲାକୋଟ ଆକ୍ରମଣ ପରେ ବେଶ ଛାନିଆ ହୋଇପଡିଥିବା ମାସୁଦ ଆଝାର ଏବେ ଆହୁରି ଭୟଭୀତ ହୋଇପଡିଛି । କାରଣ, ଅଭେଦ୍ୟ ସେନା ହସପିଟାଲରେ ଯଦି ବୋମା ବିସ୍ଫୋରଣ ହୋଇପାରୁଛି, ଅନ୍ୟ ସ୍ଥାନ କଥା ପଚାରେ କିଏ ?

ସମ୍ବନ୍ଧିତ ଖବର