ଇସଲାମାବାଦ: ପାକିସ୍ତାନରେ ରହୁଥିବା ଜୈସ-ଏ-ମହମ୍ମଦ୍‌ର ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ୍‌ ଆଝାର୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପାକିସ୍ତାନ ସରକାର ପ୍ରସ୍ତୁତ ନୁହେଁ। ଏଥିପାଇଁ ସେ ବିଭିନ୍ନ ଆଳ ଦେଖାଇ କଥାକୁ ଟାଳିବାକୁ ଚେଷ୍ଟା କରୁଛି। ପୁଲଓ୍ଵାମା ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଜୈସ-ଏ-ମହମ୍ମଦ୍‌ର ମୁଖ୍ୟ ମାସୁଦ୍‌ ଆଝାର ବିରୁଦ୍ଧରେ ପ୍ରମାଣ ଦେବାପରେ ମଧ୍ୟ ଚୁପ ରହିଛି ପାକିସ୍ତାନ।

Advertisment

ପାକିସ୍ତାନ ବିଦେଶୀ ମନ୍ତ୍ରୀ ଶାହ ମହମୁଦ୍‌ କୁରେସି କହିଛନ୍ତି ଯେ ମାସୁଦ୍‌ ଏଭଳି ରୋଗରେ ପୀଡ଼ିତ ଯେ ଘରୁ ବାହାରିବା ବି ତା’ପକ୍ଷରେ ସମ୍ଭବ ନୁହେଁ। ଏକ ଟେଲିଭିଜନ୍‌ ଚାନେଲକୁ ଦେଇଥିବା ସାକ୍ଷାତକାରରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଏକଥା କହିଛନ୍ତି। କିନ୍ତୁ ତାକୁ ଗିରଫ କରିବା ପ୍ରସଙ୍ଗକୁ ଟାଳି ଦେଇଛନ୍ତି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ୍‌ କୁରେସି ।

publive-image

ଏହି ସାକ୍ଷାତକାରରେ ସେ ଅବଶ୍ୟ ସ୍ୱୀକାର କରିଛନ୍ତି ଯେ ମାସୁଦ୍‌ ଆଝାର ବିରୁଦ୍ଧରେ ଠୋସ୍‌ ପ୍ରମାଣ ମିଳିବାପରେ ପାକ୍‌ ସରକାର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଚିନ୍ତା କରିବେ।ତେବେ ଆସୁଦ୍‌ ଆଝାର ଅସୁସ୍ଥ ଥିବା କଥା ସତ ନା ଏହା ବି ନାଟକ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।