‘ମାସୁଦ୍‌ ଆଝାର ବାହାବଳପୁରରେ ଅଛି। ଠିକଣା ଦେଲି, ତା’କୁ ଗିରଫ କର; ନହେଲେ ତୁମ କାମ ଆମେ କରିଦେବୁ’: ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଚିଠି ଲେଖିଲେ ପୂର୍ବତନ ସେନା କ୍ୟାପ୍‌ଟେନ୍‌ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ଘଟଣାରେ ପାକିସ୍ତାନ୍‌ର ସଂପୃକ୍ତି ନଥିବା ଦାବି କରି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବିବୃତି ଦେବା ପରେ ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ସେନା କ୍ୟାପ୍‌ଟେନ୍‌ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।

ବେଶ୍‌ ଶାଣିତ ଶବ୍ଦ ପ୍ରୟୋଗ କରି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନିକଟକୁ ଲେଖିଥିବା ପତ୍ରରେ ପୂର୍ବତନ ସେନା କ୍ୟାପ୍‌ଟେନ୍‌ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଉଲ୍ଲେଖ କରିଛନ୍ତି, ‘ପୁଲଓ୍ଵାମା ହାମ୍‌ଲା ଘଟଣାରେ ନିଜର ସଂପୃକ୍ତିକୁ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ହୈସ୍‌-ଇ ମହମ୍ମଦ ନିଜ ମୁଣ୍ଡକୁ ନେବା ସହ କାକିସ୍ତାନର ଆଇଏସ୍‌ଆଇ ସହାୟତାରେ ଏହି ଘଟଣା ଘଟାଇଛି ବୋଲି ନିଜେ ସ୍ୱୀକାର କରି ସାରିଛି। ଆଉ ଏବେ ତୁମେ କହୁଛ ଏହି ଘଟଣାରେ ପାକିସ୍ତ୍‍ାନର ସଂପୃକ୍ତି ନାହିଁ! ଏହା ଠାରୁ ବଡ଼ ମିଛ ଓ ବିଡ଼ମ୍ବନାର ବିଷୟ କ’ଣ ହୋଇପାରେ?’


‘ଜୈସ୍‌-ଇ ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାର ତୁମ ଘର ଠାରୁ ମାତ୍ର କେଇ ଶହ କିଲୋମିଟର ଦୂରରେ ବାହାବଳପୁର ଠାରେ ତାର ଆଡ୍‌ଡ଼ା ଜମାଇ ଆଇଏସ୍‌ଆଇର ସହଯୋଗ ଓ ପାକ୍‌ ସେନାର ସମର୍ଥନରେ ଗୋଟିକ ପରେ ଗୋଟିଏ ଆତଙ୍କବାଦୀ ହାମ୍‌ଲା ଚଳାଇଥିବା ବେଳେ ତୁମେ କେମିତି କିଛି ଜାଣି ପାରୁନ? ତୁମେ ଓ ତୁମ ସେନା କ’ଣ ମାସୁଦ୍‌ ଆଝାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡରୁଛି? ଯଦି ତାହା ହୋଇଥାଏ ତେବେ ଆମକୁ କୁହ। ଆମ ସେନା ଯାଇ ତୁମର ସେ କାମକୁ ମଧ୍ୟ କରିଦେବ। ଆଉ ତୁମେ ଯଦି ଖୁବ୍‌ଶୀଘ୍ର ମାସୁଦ୍‌ ଆଝାରକୁ ଗରଫ କରିବା ସହ ତା’ ଆଡ୍‌ଡ଼ାକୁ ଧ୍‌ଂସ ନକରୁଛ; ତେବେ ଭାରତୀୟ ସେନା ତୁମ ଦେଶ ଭିତରେ ପଶି ସେ କାମ କରିବାକୁ ବାଧ୍ୟ ହେବ’ ବୋଲି ନିଜ ଚିଠିରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଚେତାଇ ଦେଇଛନ୍ତି ପୂର୍ବତନ ସେନା କ୍ୟାପ୍‌ଟେନ୍‌ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।

ସମ୍ବନ୍ଧିତ ଖବର