ମାସୁଦ ଆଝାର ଆଫଗାନିସ୍ତାନରେ ନାହିଁ, ସେପରି ଆତଙ୍କବାଦୀ ପାକିସ୍ତାନରେ ଥାଆନ୍ତି : ତାଲିବାନ

କାବୁଲ : ଶେଷରେ ତାଲିବାନ ବି ପାକିସ୍ତାନକୁ ଆତଙ୍କବାଦୀଙ୍କ ଦେଶ ବୋଲି କହିଲା । ପାକିସ୍ତାନରେ ଜୈସ-ଇ-ମହମ୍ମଦ ମୁଖିଆ ମାସୁଦ ଆଝାର ପରି ଆତଙ୍କବାଦୀ ସେଠାକାର ସରକାରଙ୍କ ସୁରକ୍ଷାରେ ରହିଥାନ୍ତି ବୋଲି ତାଲିବାନ କଠୋର ଶବ୍ଦରେ ଜଣାଇଦେଇଛି ।

ଏହା ପୂର୍ବରୁ ପାକିସ୍ତାନର କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ମାସୁଦ ଆଝାର ଆଫଗାନିସ୍ତାନରେ ଅଛି ଓ ତାହାକୁ ସମର୍ପିଦେବାକୁ ପାକିସ୍ତାନ ସରକାର ତାଲିବାନକୁ ଚିଠି ଲେଖିଛନ୍ତି ।

ଏହାର ଜବାବରେ ତାଲିବାନ ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ମାସୁଦ ଆଝାର ଆଫଗାନିସ୍ତାନରେ ନାହିଁ । ସେପରି ଆତଙ୍କବାଦୀ ସେଠାକାର ସରକାରଙ୍କ ସୁରକ୍ଷାରେ ରହିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନ କୌଣସି ଆତଙ୍କବାଦୀଙ୍କୁ ନିଜ ଦେଶରେ ଶରଣ ଦେବ ନାହିଁ କିମ୍ବା ନିଜ ମାଟିକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର ହେବାକୁ ଦେବ ନାହିଁ ।

ସୂଚନାଯୋଗ୍ୟ ଯେ ମାସୁଦ ଆଝାରକୁ ଭାରତ ସରକାର ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ପରେ ବନ୍ଧକ ଥିବା ଯାତ୍ରୀମାନଙ୍କ ବଦଳରେ ଛାଡ଼ିଥିଲେ । ସେତେବେଳେ ତାଲିବାନ ଏହି ଅପହଣକାରୀଙ୍କୁ ସହାୟତା କରିଥିଲା । ତାହାକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି ।

 

 

 

ସମ୍ବନ୍ଧିତ ଖବର