ଫ୍ରାନ୍ସର ବଡ଼ ନିଷ୍ପତି : ଜବତ ହେବ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସବୁ ସମ୍ପତି

ନୂଆଦିଲ୍ଲୀ : ଶୁକ୍ରବାର ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍‌ ଆଝାରକୁ ନେଇ ଏକ ବଡ଼ ନିଷ୍ପତି ନେଇଛି ଫ୍ରାନ୍ସ । ମାସୁଦର ସମ୍ପତି ଜବତ କରିବା ପାଇଁ ଫ୍ରାନ୍ସ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଶୁକ୍ରବାର ଆଭ୍ୟନ୍ତରଣୀୟ ବ୍ୟାପାର ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ ଏବଂ ବିଦେଶ ମନ୍ତ୍ରାଳୟ ମିଳିତ ଭାବରେ ଏକ ବୟାନ ଜାରି କରି, ମାସୁଦ୍‌ ଆଝାରକୁ ୟୁରୋପିୟନ ସଂଘର ସୂଚୀରେ ସାମିଲ କରିବା ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି । ଯେଉଁ ଲୋକମାନେ ଆତଙ୍କବାଦ ସହ ଜଡ଼ିତ ଥିବାର ସୂଚନା ମିଳେ ସେମାନଙ୍କୁ ୟୁରୋପିୟନ ସଂଘର ସୂଚୀରେ ସାମିଲ କରାଯାଇଥାଏ । ଫେବୃଆରୀ ୧୪ରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଥିବା ନେଇ ସ୍ୱିକାର କରିଥିଲା ।

Hindustan Times

୨୦୦୧ରେ ଆରମ୍ଭ ହୋଇଥିବା ଏହି ସଂଗଠନ ଆକ୍ରମଣ କରିଥିବା ନେଇ ସ୍ୱିକାର କରିବା ପରେ ଫ୍ରାନ୍ସ ସରକାର ସଂଗଠନର ମୁଖ୍ୟ ମାସୁଦ୍‌ର ସବୁ ସମ୍ପତି ଜବତ କରିବାର ଆଦେଶ ଦେବା ସହ ମାସୁଦ୍‌କୁ ୟୁରୋପିୟନ ସଂଘର ସୂଚୀରେ ସାମିଲ କରାଯିବା ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି । ଏହା ସହ ଆତଙ୍କବାଦ ବିରୋଧରେ ଭାରତର ଏହି ଲଢ଼େଇରେ ଫ୍ରାନ୍ସ ସବୁ ବେଳେ ସାଥୀରେ ରହିବ ବୋଲି ଜାରି କରାଯାଇଥିବା ବୟାନରେ କୁହାଯାଇଛି । ମାସୁଦ୍‌କୁ ୟୁରୋପିୟନ ସଂଘର ସୂଚୀରେ ସାମିଲ କରିବ ପାଇଁ ଫ୍ରାନ୍ସ ଅନ୍ୟ ୟୁରୋପିଆନ୍‌ ପାର୍ଟନରଙ୍କ ସହ ଆଲୋଚନା କରିବ ବୋଲି ସ୍ପଷ୍ଟ କରିଛନ୍ତି ଫ୍ରାନ୍ସ ସରକାର ।

ସମ୍ବନ୍ଧିତ ଖବର