ଚୀନ୍‌ ବଦଳାଇଲା ଆଭିମୁଖ୍ୟ; ଏଥରକ ବିଶ୍ୱ ଆତଙ୍କବାଦୀ ଘୋଷିତ ହେବ ଜୈସ୍‌ ମୁଖିଆ ମାସୁଦ୍‌ ଆଝାର!

ବେଜିଂ/ ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌)ର ମୁଖିଆ ମାସୁଦ ଆଝାରକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ‘ବିଶ୍ୱ ଆତଙ୍କବାଦୀ’ ରୂପେ ଘୋଷଣା ପାଇଁ ଆଗତ ପ୍ରସ୍ତାବକୁ ଚୀନ୍‌ ଆଉ ବିରୋଧ କରିବ ନାହିଁ। ସଂପ୍ରତି ଚୀନ୍‌ ଗସ୍ତରେ ଥିବା ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ରବିବାର ଦିନ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଜୈସ୍‌ ମୁ୍‌ଖିଆ ମାସୁଦ୍‌ ଆଝାର ବିରୋଧରେ ‘ସମସ୍ତ ପ୍ରକାରର ତଥ୍ୟ ପ୍ରମାଣ’ ହସ୍ତାନ୍ତର କରିବା ପରେ ଏଥରକ ଆଉ ମାସୁଦ ଆଝାରକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ‘ବିଶ୍ୱ ଆତଙ୍କବାଦୀ’ ରୂପେ ଘୋଷଣା ପାଇଁ ଆଗତ ପ୍ରସ୍ତାବକୁ ଚୀନ୍‌ ଆଉ ବିରୋଧ କରିବ ନାହିଁ, କିମ୍ବା କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ପ୍ରତିଶ୍‌ୁତି ଦେଇଥିବା ଜାଣିବାକୁ ମିଳିଛି।

The Print

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜେଇଏମ୍‌ର ମୁଖିଆ ମାସୁଦ ଆଝାରକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ‘ବିଶ୍ୱ ଆତଙ୍କବାଦୀ’ ରୂପେ ଘୋଷଣା ପାଇଁ ଆମେରିକା, ଋଷିଆ ଓ ଫ୍ରାନ୍ସ ପକ୍ଷରୁ ଆଗତ ପ୍ରସ୍ତାବ ଉପରେ ଚୀନ୍‌ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ପ୍ରତିବନ୍ଧକ ଲଗାଇ ଆସୁଥିଲା। ତେବେ, ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ରବିବାର ଦିନ ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ଓ୍ଵିଙ୍କୁ ସାକ୍ଷାତ କରି ଜୈସ୍‌ ମୁ୍‌ଖିଆ ମାସୁଦ୍‌ ଆଝାର ବିରୋଧରେ ‘ସମସ୍ତ ପ୍ରକାରର ତଥ୍ୟ ପ୍ରମାଣ’ ଦେବାପରେ ଚୀନ୍‌ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ଏଥରକ ଏହି ପ୍ରସ୍ତାବକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର